ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ହରିଶଙ୍କର ଛକ୍କ ଡକାୟତି ଘଟଣାରେ ଜଡିତ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବାର ଜଣାପଡିଛି!ସୂଚନାଯୋଗ୍ୟ,ଗତ ୧୧.୧୦.୨୧ ଦିନ ଅପରାହ୍ନ ୩:୩୦ଟାରେ ନାନ୍ଦୁପଲା ଗ୍ରାମର ରିଶି କୁମାର ବେହେରା (୩୨) ପିତା-ଦିବାକର ବେହେରା ଖପ୍ରାଖୋଲ ଷ୍ଟେଟ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ନିଜ ଗାଁକୁ ଫେରୁଥିବା ବେଳେ ତାଙ୍କ ବାଇକକୁ ତିନି ଅଭିଯୁକ୍ତ ଅଟକାଇ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ଫେରାର ମାରିଥିଲେ। ଏନେଇ ବେହେରା ଖପ୍ରାଖୋଲ ଥାନାରେ ଏକ ଲିଖିତ ଏତଳା ଦେଇଥିଲେ!ଏତଲା ପାଇବା ପରେ ଖପ୍ରାଖୋଲ ଥାନା ଅଧିକାରୀ ଶ୍ରୀଯୁକ୍ତ ରମାକାନ୍ତ ସାହୁ ନିଜେ ତଦନ୍ତ ଆରମ୍ଭ କରି ଦେଇଥିଲେ ! ଓ ତଦନ୍ତରୁ ଅପରାଧୀଙ୍କ ସମ୍ପର୍କରେ ଜାଣିପାରି ଧିରେ ଧିରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।ତେବେ ଗିରଫ ଅଭିଯୁକ୍ତମାନେ ହେଲେ,ଖପ୍ରାଖୋଲ ଥାନା ପୁତୁଲାମହୁଲ ଗ୍ରାମର ତ୍ରିନାଥ ଦୀପ,ପିତା- ରୂପଧର ଦୀପ,ବଲାଙ୍ଗିର ସଦର ଥାନା ଅଧିନସ୍ଥ ଉଚବାହାଲ ଗ୍ରାମର ଉଦ୍ଧବ ଛତ୍ରିଆ ପିତା-ବଚନ ଛତ୍ରିଆ,ବଲାଙ୍ଗିର ଥାନା ଲାଲଟିକ୍ରାର ପୂର୍ଣ ନାଗ (୩୬)ପିତା – ମୁରଲୀ ନାଗ, ଦେଓଗାଁ ଥାନା ଦେଷଣ୍ଢ ଗାଁର ମିଲୁ କଲେତ ପିତା – ବିରଞ୍ଚି କଲେତ,ପୁଇଁତଲା ବ୍ଳକ ସାଉନ୍ତପୁର ଗାଁର ସୁମିତ ସୁନା (୨୨) ପିତା – ଗାନ୍ଧୀ ସୁନାକୁ ଖପ୍ରାଖୋଲ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ୨ ବାଇକକୁ ଜବତ କରିଛି!ଏନେଇ ଥାନା କେଶ ନଂ -11/10/21 ଦଫା U/S 394,395 IPC ରେ ଅଭିଯୁଙ୍କୁ ଗିରଫ କୋର୍ଟ ଚାଲାଣ କରାଯାଇଛି! ତେବେ ଏହି ବିଷୟରେ ପାଟଣାଗଡ଼ ଉପଖଣ୍ଡ ଅଧିକ୍ଷକ ଜ୍ୟୋତିର୍ମୟ ଭୁକ୍ତା ଓ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି ଜଣାଇଛନ୍ତି !!
Sign in
Sign in
Recover your password.
A password will be e-mailed to you.