୧୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଂଜୁରୀ, ୧୧୪୬ ସ୍କୁଲରେ ନୂଆ ପ୍ରକଳ୍ପ

0

“ମୋ ସ୍କୁଲ ଅଭିଯାନ’ର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ

  • ମାସକରେ ଯୋଡ଼ି ହେଲେ ୧୪ ହଜାର ପୁରାତନ ଛାତ୍ରଛାତ୍ରୀ

  • ସ୍କୁଲ ବିକାଶରେ ସାମିଲ ହୋଇଛନ୍ତି ୬ ଲକ୍ଷରୁ ଉର୍ଦ୍ଧ୍ଵ ପୁରାତନ ଛାତ୍ରଛାତ୍ରୀ

  • ପ୍ରକଳ୍ପ କାର୍ଯ୍ୟରେ ସ୍ୱଚ୍ଛତା ଓ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର (ଶାସକ ପ୍ରଶାସକ):”ମୋ ସ୍କୁଲ ଅଭିଯାନ’ର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଶନିବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୪ଟି ଜିଲ୍ଲାର ୧୧୪୬ ବିଦ୍ୟାଳୟରେ ୧୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛିା ଗତ ୧ ମାସ ମଧ୍ୟରେ ୧୪ ହଜାର ପୁରାତନ ଛାତ୍ରଛାତ୍ରୀ “ମୋ ସ୍କୁଲ ଅଭିଯାନ’ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୬୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତିା ଏହା ସହିତ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ଅନୁଦାନକୁ ମିଶାଇ ମୋଟ ୧୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ କରିଛିା ବାଲେଶ୍ୱରରେ ସର୍ବାଧିକ ୧ କୋଟି ୧୪ ଲକ୍ଷ, ସୋନପୁରରେ ୫୫ ଲକ୍ଷ ୯୮ ହଜାର, କଟକରେ ୩୨ ଲକ୍ଷ ୧୬ ହଜାର, ଯାଜପୁରରେ ୩୦ ଲକ୍ଷ ୪୧ ହଜାର ଏବଂ ମୟୂରଭଞ୍ଜରେ ୨୦ ଲକ୍ଷ ୪୭ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତିା ଏବେ ସୁଦ୍ଧା ମୋଟ ୬,୦୬,୯୦୮ ଜଣ ପୁରାତନ ଛାତ୍ରଛାତ୍ରୀ “ମୋ ସ୍କୁଲ’ ମାଧ୍ୟମରେ ନିଜ ନିଜ ବିଦ୍ୟାଳୟ ସହ ଯୋଡ଼ି ହୋଇଛନ୍ତିା ସେହିଭଳି ବିଭିନ୍ନ ସିଏସ୍ଆର୍ ପାଣ୍ଠିରୁ ବିଦ୍ୟାଳୟର ଉନ୍ନତିକରଣ ପାଇଁ ମୋଟ ୩୩୩.୪ କୋଟି ଟଙ୍କାର ଅନୁଦାନ ମିଳିଛିା “୫-“ଟି’ ହାଇସ୍କୁଲ ଟ୍ରାନ୍ସଫର୍ମେଶନ୍ କାର୍ଯ୍ୟକ୍ରମ’ର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇଥିବା ପ୍ରାୟ ୨,୨୨୨ ହାଇସ୍କୁଲକୁ ଏହି ଅର୍ଥ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ଅନୁଦାନ ମିଶାଇ ପ୍ରଦାନ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦରେ ପ୍ରସ୍ତାବ ଗୃହୀତ ହୋଇଛିା
ନିର୍ଦ୍ଧାରିତ ସମୟରେ ମୋ ସ୍କୁଲ ଅନ୍ତର୍ଗତ ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛିା କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ଫଲï ମନିଟରିଂ ଏବଂ ସୋସିଆଲ୍ ଅଡିଟ୍କୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତିା ସ୍କୁଲସ୍ତରରେ “ମୋ ସ୍କୁଲ’ ପ୍ରକଳ୍ପର ଅଡିଟ୍ କାର୍ଯ୍ୟକୁ ଜୋରଦାର କରିବାକୁ ସ୍ୱତନ୍ତ୍ର ଅଡିଟ୍ ଟିମ୍ ପଠାଇବାକୁ ସ୍ଥିର ହୋଇଛିା ଏହା ବ୍ୟତୀତ “ମୋ ସ୍କୁଲ ଅଭିଯାନ’ ଅନ୍ତର୍ଗତ ସ୍କୁଲ ଆଡପସନ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛିା “ମୋ ସ୍କୁଲ’ ଏବଂ “ପ୍ରଥମ’ ଓ “ଭାରତ ଜ୍ଞାନବିଜ୍ଞାନ ସମିତି’ର ମିଳିତ ସହଯୋଗରେ ଅକେଫାବର ୨ ତାରିଖରୁ ରାଜ୍ୟର ୧୦୨୫ଟି ସ୍ଥାନରେ “ଲର୍ଣ୍ଣିଂ କ୍ୟାମ୍ପ୍’ର ଆୟୋଜନ କରାଯାଇଛିା କୁନି କୁନି ପିଲାଙ୍କ ପାଇଁ ଆୟୋଜନ କରାଯାଉଥିବା ଏହି କ୍ୟାମ୍ପ୍ ପାଠପଢ଼ା ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଆସନ୍ତା ନଭେମ୍ବର ୧୪ ତାରିଖରୁ ବଳକା ୩୯୭୫ଟି ସ୍ଥାନରେ ଏହି “ଲର୍ଣ୍ଣିଂ କ୍ୟାମ୍ପ୍’ ଆରମ୍ଭ ହେବାକୁ ଥିବାବେଳେ ବହୁସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ସେ୍ୱଚ୍ଛାକୃତ ଭାବରେ ଏଥିରେ ଯୋଡ଼ିହୋଇ କୁନି କୁନି ପିଲାଙ୍କର ଗଣିତ ଓ ଭାଷାସାହିତ୍ୟ ଉପରେ ଶିକ୍ଷାଦାନ କରୁଛନ୍ତିା ଆସନ୍ତା ୩ ବର୍ଷ ମଧ୍ୟରେ ୪ ହଜାର ହାଇସ୍କୁଲ୍ର ୨୦ ହଜାର ଶିକ୍ଷକଶିକ୍ଷୟିତ୍ରୀ ଏବଂ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ କ୍ଷେତ୍ରରେ ଦକ୍ଷ କରିବାକୁ “ମୋ ସ୍କୁଲ’ ଏବ “କେ୍ୱଷ୍ଟ ଆଲିଆନ୍ସ’ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ହୋଇଛିା ଏହା ଅଧୀନରେ ଶିକ୍ଷକଙ୍କୁ ନଭେମ୍ବର ପ୍ରଥମ ସପ୍ତାହରୁ ୧୦୭୨ଟି ସ୍କୁଲର ଦୁଇଜଣ ଲେଖାଏଁ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା
ଏହି ବୈଠକରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଏସ୍ଇପିଏ, ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷା, ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା, ନିର୍ଦ୍ଦେଶକ, ଟିଇ, ଏସ୍ସିଇଆର୍ଟି, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଅତିରିକ୍ତ ସଚିବ ତଥା ବିଭାଗୀୟ ବିତ୍ତ ପରାମର୍ଶଦାତା, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ, “ମୋ ସ୍କୁଲ’ ଉପସ୍ଥିତ ଥିଲୋ ଧିଥି

 

Leave A Reply

Your email address will not be published.