ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଦ ପଞ୍ଚାୟତ ମାଲପଡା ଗ୍ରାମର ଜଣେ ୨୧ ଦିନର ଶିଶୁ କରୋନାରେ ଆକ୍ରାନ୍ତ ଚିହ୍ନଟ ହେବାପରେ ଅଞ୍ଚଳରେ କରୋନା ର ପୁନଃ ପ୍ରବେଶ କୁ ନେଇ ଆତଙ୍କ ଦେଖାଦେଇଛି। ଏନେଇ ଶୁକ୍ରବାର ଏକ ଡାକ୍ତରୀ ଦଳ ସମ୍ପୃକ୍ତ ଗାଁକୁ ଯାଇ ଲୋକଙ୍କ କରୋନା ପରୀକ୍ଷା କରିଥିବା ଜଣାପଡ଼ିଛି। ହେଲେ ସମସ୍ତ ଯାକ ନେଗେଟିଭି ଆସିଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁସାରେ ଗୁରୁବାର ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସୁସ୍ଥ ଶିଶୁଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ସେତେବେଳେ ଶିଶୁ ଟି କରୋନା ଆକ୍ରାନ୍ତ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ। ଏନେଇ ସିନାପାଲି ପ୍ରଶାସନିକ ତତ୍ପରତା ଦେଖାଦେଇଥିଲା। ଆଜି ପୂର୍ବାହ୍ଣ ରେ ଡାକ୍ତର ଭୈରବ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ ସମ୍ପୃକ୍ତ ଗ୍ରାମକୁ ଯାଇ ୪୨ ଜଣଙ୍କ ନମୁନା ସଂଗ୍ରହ କରିଥିଲେ ,ହେଲେ ସମସ୍ତ ଯାକ ନେଗେଟିଭି ଚିହ୍ନଟ ହୋଇଥିବା ଜଣାପଡିଛି। ଏମିତିକି ଶିଶୁର ମାଁ ଓ ବାପାଙ୍କ ମଧ୍ୟ ନେଗେଟିଭି ଥିବା ସୂଚନା ମିଳିଛି। ହେଲେ କିପରି ଭାବରେ ଜଣେ ୨୧ ମାସର ଶିଶୁ କରୋନା ଆକ୍ରାନ୍ତ ହୋଇଛି,ସେନେଇ କୌଣସି ପ୍ରକାର ସ୍ପଷ୍ଟ ଜଣାପଡି ନାହିଁ। ସମ୍ପୃକ୍ତ ଗାଁକୁ ଯାଇଥିବା ଡାକ୍ତରୀ ଦଳ ରେ ବିଭାଗୀୟ ଅଧିକାରୀ କର୍ମଚାରୀଙ୍କ ସମେତ ସ୍ୱାସ୍ଥ୍ୟକର୍ମୀ,ଆଶା, ଅଙ୍ଗନବାଡି କର୍ମୀ ସାମିଲ ଥିଲେ। କରୋନାକୁ ହାଲୁକା ନ ନେଇ ସମସ୍ତ କଟକଣା ପାଳନ କରିବା କୁ ବିଭାଗୀୟ ଅଧିକାରୀ ସମସ୍ତଙ୍କୁ ସୂଚନା ଦେଇଛନ୍ତି
Sign in
Sign in
Recover your password.
A password will be e-mailed to you.
Prev Post