ମାଁ ସମଲେଶ୍ଵରୀ ଟ୍ରଷ୍ଟ କମିଟି ଗଠନ ସଭା

0

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଫୁଲଚି ଗ୍ରାମ ମାଁ ସମଲେଶ୍ଵରୀ ଶକ୍ତିପୀଠ ଠାରେ ନୂତନ ଭାବେ ମାଁ ସମଲେଶ୍ଵରୀ ଟ୍ରଷ୍ଟ କମିଟି ଗଠନ ସଭା ହୋଇଯାଇଛି। ସଭାରେ କେମିତି ଟ୍ରଷ୍ଟ କମିଟି ଗଠନ କରାଯିବ ସେନେଇ ଆଳୋଚନା କରାଯାଇଥିଲା। ସ୍ଥାନୀୟ ୭ ଗୋଟି ପଞ୍ଚାୟତ ତଥା ଖଇରପଦର, ନଙ୍ଗଲବୋଡ, ନୂଆମାଲପଡା, ଗୋର୍ଲା, କେନ୍ଦୁମୁଣ୍ତା, ଟିମନପୁର, ଘାଟମାଲ ରୁ ଗୋଟିଏ ଲେଖାଏଁ ମେମ୍ୱର ଗଠନ କରାଯାଇଥିଲା। ସଭାରେ କମିଟିର ସଭାପତି ଭାବେ ଡମ୍ୱରୁଧର ମାଝି, ଉପ ସଭାପତି ଭାବେ ଗିରିରାଜ ମାଝି, ସମ୍ପାଦକ ଭାବେ ଉଜଲ ପ୍ରସାଦ ହଂସ, ସହ ସମ୍ପାଦକ ଜୟପାଳ ନାଗ, କୋଷାଧ୍ୟକ୍ଷ ଭାବେ ଶୋଭାରାମ ଦଣ୍ତସେନା ମନୋନୀତ ହୋଇଥିବା ବେଳେ ମେମ୍ବର ଭାବେ ଗଜିନ୍ଦ୍ର ନିଆଲ, ଉଜଲ ସିଂ ମାଝି, ସମାଜସେବୀ ଗଣେଶ ପୋଡ, ଖୁଟୁରାମ ସୁନାନୀ, ଜେରାମ ମାଝି, ଦିଲିପ କୁମାର ମାଝି, ପ୍ରମୁଖ ରହିଛନ୍ତି। ଏହି ଅବସରରେ ପର୍ଶୁରାମ ମାଝି, ଭୋଜନ ନାଗେସ, କୈଲାଶ ମାଝି, ସୁବ୍ରତ ରଂଜନ ବେହେରା, ନାରାୟଣ ପ୍ରସାଦ ବେହେରା, ଶିବ ରଣା, ଦ୍ରୋଣ ସିଂ ମାଝି, ଓମକାର ସିଂ ମାଝି, ସମେତ ଅନେକ ଲୋକ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.