ନୂଆପଡ଼ାରୁ ଯଶୋବନ୍ତ କୁମାର: ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ମହାଳିଙ୍ଗ ସନ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଅମାନୁଷିକ ହତ୍ୟାକାଣ୍ଡ ର ଘୋର ନିନ୍ଦା କରିବା ସହ ପିଡିତା ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଶୁକ୍ରବାର ସିନାପାଲି ଠାରେ ଏକ ବିଶାଳ ପ୍ରତିବାଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସିନାପାଲି ବ୍ଲକ ମେହେର ସମାଜର ଆହ୍ୱାନରେ ହାତିବନ୍ଧା,ବରଗାଁ,ଗଣ୍ଡାବାହାଲି, ଗମ୍ଭାରୀଗୁଡା, ଯୋଗିବାହାଲ,ଲିଟିଗୁଡା, ସାଗୁନଭାଡ଼ି ଆଦି ଗ୍ରାମର ମେହେର ସମାଜ ସହ ଅଞ୍ଚଳର ଯାଦବ,ବ୍ରାହ୍ମଣ,ଦଳିତ,ଆଦିବାସୀ, ମାରୱାଡି,ବାରିକ,ତେଲି, ମାଲି,ସାହୁ ଆଦି ଜାତି ସମାଜ ର ଶହ ଶହ ଲୋକ ଏହି ପ୍ରତିବାଦ ଯାତ୍ରାରେ ସାମିଲ ଥିଲେ। ସେହିଭଳି ଅଞ୍ଚଳର ଏକାଧିକ ଯୁବକ ସଂଘ, ମହିଳା ସଂଘ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏହି ଯାତ୍ରାରେ ସାମିଲ ହୋଇ ମମିତା ଙ୍କ ପାଇଁ ନ୍ୟାୟ ଦାବିକରି ଥିଲେ।ପ୍ରତିବାଦ ଯାତ୍ରା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ କରି ତହସିଲ ଅଫିସ ଓ ପରେ ସିନାପାଲି ଥାନାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ସାତ ଦଫା ସମ୍ବଳିତ ଏକ ଉଭୟ ତହସିଲଦାର ଓ ଥାନାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ମମିତା ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଙ୍କୁ ଫାଶୀ, ଘଟଣାର ସିବିଆଇ ତଦନ୍ତ ସହ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ,ମୃତ ମମିତା ଙ୍କ ପରିବାରକୁ ୨କୋଟି ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ଆଦି ଦାବି ରହିଅଛି। ଏ ଅବସରରେ ତହସିଲ ଅଫିସ ଓ ନେହେରୁ ମଣ୍ଡପ ଠାରେ ଆୟୋଜିତ ପ୍ରତିବାଦ ସଭାକୁ ଯୁବ ଓକିଲ ନିଲାଞ୍ଚଳ ମେହେର ପରିଚାଳନା କରିଥିବା ବେଳେ ସିନାପାଲି ନାଗରିକ କମିଟି ସଭାପତି ଡମ୍ବରୁଧର ମେହେର,ପୂର୍ବତନ ସିନାପାଲି ବ୍ଲକ ଅଧ୍ୟକ୍ଷ ନୀଳମଣି ମେହେର,ସୁରେଶ୍ୱର ମେହେର,ଖୁସିରାମ ମେହେର,ରିତା ମେହେର, ଲତା ମେହେର, ଆଲୋକ ମେହେର, ସୁରଜ ମେହେର ପ୍ରମୁଖଙ୍କ ସହ ଅଞ୍ଚଳର ଶତାଧିକ ଲୋକ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post