ପଦ୍ମପୁର(ଶାସକପ୍ରଶାସକ)-ହାଣ୍ଡି ଶାଲକୁ ଏବେ ମହଙ୍ଗା ମାଡ। ରନ୍ଧନ ଗ୍ୟାସର ଦର ବୃଦ୍ଧି ନେଇ ସାଧାରଣ ଲୋକ ଅତିଷ୍ଠ ହୋଇ ଯାଇଥିବାବେଳେ ଏଵେ ଆକାଶ ଛୁଆଁ ପରିବା ଦର ଖାଉଟି ଙ୍କ ଚିନ୍ତା ବଢାଇ ଦେଇଛି।ଦୁଇ ଶହ ଟଙ୍କାର ପରିବା କିଣିଲେ ବ୍ୟାଗରେ ଅଧା ମଧ୍ୟ ହେଉନାହିଁ। କାର୍ତ୍ତିକ ମାସ ଆସିଥିବାରୁ ପରିବାଦର ବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ଓ ଗରିବ ପରିବାରର ଚିନ୍ତା ବଢି ଯାଇଛି।ଅନ୍ୟ ପକ୍ଷେ ପଦ୍ମପୁର ଉପଖଣ୍ଡର ଗାଇସିଲେଟ ଅଞ୍ଚଳ ରେ ବର୍ଷା ନ ହେବାରୁ ପନିପରିବା ଚାଷ ମଧ୍ୟ ହୋଇ ପାରୁନାହିଁ।ପାଣି କୂଅ ରୁ ପମ୍ପ ସାହାଯ୍ୟ ରେ ପରିବା ବିଲରେ ମଡାଇ ମଡାଇ ଚାଷ କରିବା ବହୁତ କଷ୍ଟ ବୋଲି ଚାଷୀ କହୁଛନ୍ତି। ଠିକ୍ ସେହିପରି ଗତ ଦୁଇ ସପ୍ତାହ ହେବ ଗୁଦେରପାଲି ବଜାର,କୁଣ୍ଡାଖାଇ,ଦିପ୍ତୀପୁର ବଜାର,ମେଲଛାମୁଣ୍ଡା, ନଅଗାଁ (କ) ବଜାର,ଲାଉମୁଣ୍ଡା ବାଦିପାଲି ବଜାର ରେ ପରିବାଦର ବଢି ଚାଲିଛି।ଆଜି ଗୁଦେରପାଲି ସାପ୍ତାହିକ ବଜାରରେ ଟମାଟର କିଲୋ୬୦ ଟଙ୍କା, ବାଇଗଣ ୪୦,ପୋଟଲ୬୦, ବନ୍ଧାକୋବି ୪୫,ମୂଲା ବିଡା୩୦,ଭେଣ୍ଡି ୪୦,ଆଲୁ୨୫,ପିଆଜ ୪୨ ଟଙ୍କା ରହିଥିବା ବେଳେ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ଚିନ୍ତା ବଢାଇ ଦେଇଛି। ସ୍ଥାନୀୟ ଚାଷୀମାନଙ୍କ ପରିବା ଆବଶ୍ୟକତା ଅନୁସାରେ ବଜାର କୁ ନ ଆସିବାରୁ ଦର ଆକାଶ ଛୁଆଁ ହେଉଛି ବୋଲି ଲୋକେ କହୁଛନ୍ତି।
Sign in
Sign in
Recover your password.
A password will be e-mailed to you.