ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର କନବାଗେରୀର ବାଦେବିରା ସରୁ ଠାରେ ଗ୍ରାମବାସୀଙ୍କ ତରଫରୁ ଗ୍ରାମ ଦେବତା ପୂଜା ଅନୁଷ୍ଠିତ ହୋଇଛି I ଏହି ଗ୍ରାମ ଦେବତା ପୂଜା ବର୍ଷକୁ ଦୁଇ ଥର ଅନୁଷ୍ଠିତ ହୋଇ ଥାଏ I ପରମ୍ପରା ଅନୁସାରେ ଜଣେ ପୂଜକ ୬ ବର୍ଷ ପୂଜା କରିଥାନ୍ତି I ୬ ବର୍ଷ ପରେ ପୂଜକଙ୍କୁ ପରିବର୍ତନ କରାଯାଇ ଥାଏ I ଏହି ପୂଜା ସମୟରେ ବର୍ଷକୁ ଥରେ ବୁଦା ଛେଳି ବଳି ଦିଆ ଯାଏ I ଅଞ୍ଚଳ ବାସୀଙ୍କ କହିବା ଅନୁସାରେ ଏହି ପୂଜା ପଦ୍ଧତି ପୂର୍ବ ପୁରୁଷରୁ ଚାଲି ଆସୁଛି I ବର୍ତମାନ ମଧ୍ୟ ଏହି ପରମ୍ପରା ବଜାୟ ରହିଛି ଓ ଆଗାମୀ ଦିନରେ ମଧ୍ୟ ବଜାୟ ରହିବ ବୋଲି ଗ୍ରାମ ବାସୀ ମତପ୍ରକାଶ କରିଛନ୍ତି I ଏହି ପୂଜାର ଆୟୋଜନ କରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଏକ କମିଟି ମଧ୍ୟ ଗଠିତ ହୋଇଛି I ଯାହା ଦ୍ୱାରା ପୂଜା ସୁରୁଖୁରୁରେ ଶୃଙ୍ଖଳିତ ଭାବେ ହେଉ ଥିବା ଗ୍ରାମର ଯୁବକ ସୁଧନ୍ୟ ପ୍ରଧାନ କହିଛନ୍ତି I ଏହି ପୂଜାରେ ସାମନ୍ତ ପ୍ରଧାନ, ବକୀଲା ପ୍ରଧାନ, ଅବଲାକର ପ୍ରଧାନ, ଶଙ୍କର ପ୍ରଧାନ, ସୁଭାଜ୍ଞାନ ପ୍ରଧାନ, ଗୌର ଚନ୍ଦ୍ର ପ୍ରଧାନ, ବିରେନ୍ଦ୍ର ପ୍ରଧାନ, କାଳନ୍ଦୀ ଚରଣ ପ୍ରଧାନ, ନାଚିକେତା ପ୍ରଧାନ, ଶିବରାମ ପ୍ରଧାନ, ନବୀନ ପ୍ରଧାନ, ଚରଣ ବନ୍ଧୁ ପ୍ରଧାନ, ନିରଞ୍ଜନ ପ୍ରଧାନ, ଅନ୍ତର୍ଯ୍ୟାମୀ ପ୍ରଧାନ, ଗୋପାଳ ପ୍ରଧାନ, ହିମତ ପ୍ରଧାନ, ପ୍ରଳୟ ପ୍ରଧାନ, ବାଦଲ ପ୍ରଧାନ, ହୁକୁମତ ପ୍ରଧାନ, କିଷାନ ନାୟକ, ହୁସେନ ପ୍ରଧାନ, କାର୍ତ୍ତିକ ନାୟକ, ଗଣେଶ ନାୟକ, ସତ୍ୟ ନାୟକ, ନାରାୟଣ ନାୟକ ମୂଖ୍ୟ ପୂଜକ ତିଲୁବୁ ବାବୁ ପ୍ରଧାନ ଏବଂ ଦିଲିପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post