ବିଦାୟ ନେଲେ ମା ଗଜଲକ୍ଷ୍ମୀ

0

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣପୁର ବାବୁଲି ନଗରରେ ବିବିଏନ ପୁଜା କମିଟି ତରଫରୁ ସାତଦିନ ଧରି ଚାଲୁରହିଥିବ ମା ଗଜଲକ୍ଷ୍ମୀ ପୂଜା ଆଜି ଶେଷ ଦିନ ରେ ପହଞ୍ଚିଛି ଏହି ଶେଷ ଦିନ ଅବସରରେ ରୀତିନୀତି ଅନୁସାରେ ପୁଜା ପାଠ ଆଳତୀ ହୋମ କରି ସମସ୍ତଙ୍କର ମଙ୍ଗଳ କାମନା କରି କୋରାନ ମହାମାରୀକୁ ଦୂର କରିବା ସହ ପୂର୍ଣ୍ଣ ଆହୁତି କରି ମା ଙ୍କ ପୁଜା କର୍ମ ଶେଷ ହୋଇଥିଲା
ସନ୍ଧ୍ୟରେ ମା ଙ୍କ ଶେଷ ଦର୍ଶନ ପାଇଁ ସାହି ପରିକ୍ରମା କରିବା ସହ ପାରମ୍ପରିକ ଅନୁସାରେ ଢାମ୍ପ ବାଦ୍ୟ ଶଙ୍ଖ ଘଣ୍ଟ ମହିଳା ମାନେ ହୁଳ ହୁଳୀଦେବା ସହ ଗିନି ମୃଦଙ୍ଗ ସଙ୍କୀର୍ତ୍ତନ କରି ମା ଙ୍କୁ ବିଦାୟ ଦେଇ ବଂଶ ଧାରା ନଦୀ ମୁହାଣରେ ପୁଜା କରି ମା ଙ୍କୁ ବିସର୍ଜନ କରାଯାଇଥିଲା | ଏଥିରେ ପୂଜା କମିଟିର ସଭାପତି ଜଗନ୍ନାଥ ପଟ୍ଟାୟକ, ସମ୍ପାଦକ ଦିପୁ ପଟ୍ଟନାୟକ ଏବଂ ବୁଲୁ ପାଢ଼ୀ କୋଷାଧ୍ୟକ୍ଷ ନରସିଂହ ଶତପଥୀ ସୁନିଲ ସାବତ ବିଦୁର ପଣ୍ଡା ଦୁର୍ଗା ପଣ୍ଡା ଟିଙ୍କୁ ପଣ୍ଡା କମିଟି ର ସଦସ୍ୟ ସହ ଗ୍ରାମବାସୀ ଯୋଗଦେଇଥିଲେ

 

Leave A Reply

Your email address will not be published.