ପୁରୀ/ଅନିମେଶ ପଟ୍ଟନାୟକ: ଶ୍ରୀମନ୍ଦିର ସମସ୍ତ ଦ୍ୱାର ପଟେ ପୁରୀ ବାସିନ୍ଦା ଙ୍କୁ ପ୍ରବେଶ ଅନୁମତି ଦାବି କରିଛି ଶ୍ରୀଜଗନ୍ନାଥ ସେନା । ନହେଲେ ନଭେମ୍ବରରେ ପୁରୀ ବନ୍ଦ ଡାକରା ଦେବ ଜଗନ୍ନାଥ ସେନା ।
ଏହି ମର୍ମ ରେ ଏକ ସ୍ମାରକପତ୍ର ପୋଲିସ ଡିଜି ଙ୍କୁ ପୁରୀ ଏସ୍ପି ଙ୍କ ଜରିଆରେ ଜଗନ୍ନାଥ ସେନା ପକ୍ଷରୁ ଦିଆଯାଇଛି। ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଯେ ପୁରୀ ବାସିନ୍ଦା ଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ। ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ କରି ନିତିଦିନିଆ କାର୍ଯ୍ୟ କରନ୍ତି ପୁରୀ ସହର ବାସି । ହେଲେ ପ୍ରଶାସନ ପକ୍ଷରୁ କେଵଳ ଶ୍ରୀମନ୍ଦିର ସିଂହ ଦ୍ୱାର ଦେଇ ପ୍ରବେଶ ଅନୁମତି ନୀୟମ ପରେ ପୁରୀ ବାସିନ୍ଦା ପ୍ରତଦିନ ମହାପ୍ରଭୁଙ୍କ ଦର୍ଶନ ରୁ ବଂଚିତ ହେଉଛନ୍ତି। ପୁରୀ ବାହାରୁ ଆସୁଥିବା ଯାତ୍ରୀଙ୍କ ସହ ଲାଇନ ରେ ଠିଆ ହୋଇ ଦିର୍ଘ ସମୟ ଅପେକ୍ଷା ପରେ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି। ସେହିପରି ମହା ପ୍ରସାଦ ଟିକେ ଆଣିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଚି। ବୁଢ଼ା ବୁଢୀ ମାନେ ଲାଇନ ରେ ଠିଆ ହୋଇ ପାରୁ ନାହାଁନ୍ତି। ଫଳରେ ବୟସ୍କ ଲୋକ ମାନେ ମହାପ୍ରଭୁଙ୍କ ଦର୍ଶନ ରୁ ବଂଚିତ ହେଉଛନ୍ତି। ଶ୍ରୀମନ୍ଦିର ହେଉଛି ପୁରୀ ବାସିନ୍ଦା ଙ୍କ ଗାଁ ରେ ଥିବା ମନ୍ଦିର ଭଳି। ନିଜ ଗାଁ ମନ୍ଦିର କୁ କଣ ଯିବା ପାଇଁ ପୁରୀ ବାସିନ୍ଦା ଙ୍କୁ ଅନ୍ୟ ଯାତ୍ରୀ ଙ୍କ ସହ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିବ ବୋଲି ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ କରିଛି। ପୂର୍ବରୁ ଶ୍ରୀମନ୍ଦିର ସମସ୍ତ ଦ୍ୱାର ରେ ପୁରୀ ବାସିନ୍ଦା ଆଧାର କାର୍ଡ଼ କିମ୍ବା ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ। ଯାହାକି ପ୍ରଶାସନ ବନ୍ଦ କରିଦେଇଛି। ଏହି ନୀୟମ ଲାଗୁ ନେଇ ଗତ ୨୦୧୮ ଅକ୍ଟୋବର ୩ ରେ ପୁରୀ ରେ ହିଂସାକାଣ୍ଡ ଘଟିଥିଲା। ପରେ ସରକାର ପୁରୀ ବାସିନ୍ଦା ଙ୍କ ପାଇଁ ନିୟମ ବଦଳାଇ ସମସ୍ତ ଦ୍ୱାର ରେ ପ୍ରବେଶ ଅନୁମତି ଦେଲେ। ହେଲେ ପୁଣି ସରକାର କଟକଣା ଲାଗୁ କରିବା ପରେ ପୁରୀ ସହର ବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯଦି ସରକାର ପୁରୀ ବାସି ଙ୍କୁ ଶ୍ରୀମନ୍ଦିର ର ସମସ୍ତ ଦ୍ୱାରରେ ପ୍ରବେଶ ଅନୁମତି ନ ଦିଅନ୍ତି ଜଗନ୍ନାଥ ସେନା ବାଧ୍ୟ ହୋଇ ନଭେମ୍ବର ମାସରେ ପୁରୀ ବନ୍ଦ ଡାକରା ଦେବ। ସେତେବେଳେ ଯେଉଁ ସ୍ଥିତି ଉପୁଜିବ ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ଜଗନ୍ନାଥ ସେନା ଚେତାବନୀ ଦେଇଛି ।
ଅନ୍ୟପଟେ ଜିଲ୍ଲାର ଅନେକ ସଂଗଠନ ସୋମବାର ଜିଲ୍ଲାପାଳଙ୍କୁ ଭେଟି ସମାନ ଦାବି ପତ୍ର ଦେଇଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା ବୁଧବାର ଏ ନେଇ ଏକ ବୈଠକ କରି ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post