ପୁରୀ/ଅନିମେଶ ପଟ୍ଟନାୟକ : ମମିତା ମେହେର ଙ୍କ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ରେ ସାରା ରାଜ୍ୟରେ ବିରୋଧୀ ଦଳ ପକ୍ଷରୁ ଆନ୍ଦୋଳନ, ଧାରଣା , ପ୍ରତିବାଦ ଚାଲିଛି। ହତ୍ୟାକାଣ୍ଡ ଘଟଣା ରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସମ୍ପୃକ୍ତି ଥିବା ଅଭିଯୋଗ ଆଣି ବିରୋଧି ଦଳ ମନେ ତୁରନ୍ତ ମନ୍ତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ ବହିଷ୍କାର କରନ୍ତୁ ବୋଲି ଦାବି କରୁଛନ୍ତି। ହେଲେ ସରକାର କୌଣସି ପଦକ୍ଷେପ ଏ ପର୍ଯ୍ୟନ୍ତ ନେଇ ନାହାନ୍ତି । ଏଣୁ ଏହାର ପ୍ରତିବାଦ ରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ପୁରୀ ରେ ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରା କରାଯାଇଛି। ଶ୍ରୀମନ୍ଦିର ସିଂହ ଦ୍ୱାର ରେ ପ୍ରଥମେ ଦୀପ ଦାନ ପରେ ବଡ଼ ଦାଣ୍ଡ ଶୋଭାଯାତ୍ରା ବାହାରି ଗୁଣ୍ଡିଚା ମନ୍ଦିର ନିକଟରେ ଶେଷ ହୋଇଥିଲା। ବିଜେପି ର ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବହୁ ନେତ୍ରୀ ଓ ମହିଳା କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଥିଲେ। ସେହିପରି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ , ବ୍ରହ୍ମ ଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ମଧ୍ୟ ଏହି ପ୍ରତିବାଦ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଜେପିର ନେତା ମାନେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ। ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ କାର୍ଯ୍ୟକଳାପ ସନ୍ଦେହ ଜନକ ଥିଲେ ମଧ୍ୟ ସରକାର ଏ ନେଇ ତଦନ୍ତ କରିବା ପରିବର୍ତ୍ତେ ସୁରକ୍ଷା ଦେବା ଦୁର୍ଭାଗ୍ୟ ଜନକ ବୋଲି ବିଜେପି କହିଛି। ରାଜ୍ୟ ରେ ବିଜେଡିର ନେତାମାନେ ହତ୍ୟା , ଦୁଷ୍କର୍ମ ଘଟଣା ରେ ସମ୍ପୃକ୍ତ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଦୋଷୀଙ୍କୁ ଘଣ୍ଟ ଘଉଡାଇବା ଅତ୍ୟନ୍ତ ଲଜ୍ୟା ଜନକ ବୋଲି ବିଜେପି କହିଛି। ସରକାର ତୁରନ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନନେଲେ ବିଜେପି ଆଗାମୀ ଦିନରେ ଆହୁରି ଜୋରଦାର ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।
Sign in
Sign in
Recover your password.
A password will be e-mailed to you.
Next Post