କାଶୀପୁର ଟିକିରି ବୈକୁଣ୍ଠ ଦୁରିଆ : ଉତ୍କଳ ଆଲୁମିନା କାରଖାନା ପକ୍ଷରୁ ଅନୁଷ୍ଠିତ ଉତ୍କଳ ଆଲୁମିନା କର୍ମଚାରୀ ସଂଘର ନିର୍ବାଚିତ କର୍ମକର୍ତ୍ତାମାନେ ଆଜି ବିଜୟ ଉତ୍ସବ ପାଳନ କରିଛନ୍ତି | ବିଜୟୀ ପ୍ରାର୍ଥୀ ମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ବିଜୟୀ ପ୍ରାର୍ଥୀମାନେ ଏକ ଶୋଭାଯାତ୍ରାରେ କାରଖାନା ପରିସରକୁ ଆସିବା ପରେ ଉତ୍କଳ ଆଲୁମିନାର ବରିଷ୍ଠ ପଦାଧିକାରୀ ଡ଼ ଲୋପାମୁଦ୍ରା ପ୍ରିୟଦର୍ଶିନୀ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ | ଉତ୍କଳ ଆଲୁମିନା କର୍ମଚାରୀ ସଂଘର ନୂତନ ଭାବେ ବିଜୟ ହେଇଥିବା ସଭାପତି ଶ୍ରୀ ଜୟଦାନ ନାୟକ ଆଗାମୀ ଦିନରେ ଉତ୍କଳ ଆଲୁମିନା କାରଖାନା ର ସମସ୍ତ କର୍ମଚାରୀ ଙ୍କୁ ସାଙ୍ଗରେ ନେଇ ସମସ୍ତ ପ୍ରକାର କାର୍ଯ୍ୟ କରାଯିବ ବୋଲି ମତପ୍ରକାଶ କରିଥଲେ |
ସୂଚନାଯୋଗ୍ୟ ଯେ, ଗତକାଲି ଅନୁଷ୍ଠିତ କର୍ମଚାରି ସଂଘର ନିର୍ବାଚନରେ (୨୦୧) ଜଣ ମତଦାତା ମତ ସାବ୍ୟସ୍ତ କରିଥିବା ବେଳେ ନିର୍ବାଚନୀ କାର୍ଯ୍ୟକ୍ରମ କୁ ଉତ୍କଳ ଆଲୁମିନା ପରିଚାଳନାବିଭାଗର ମୟୁର କ୍ରୀଷ୍ଣା ସୋମନାଥ ସାହୁ, ପ୍ରଦୀପ ମାଝୀ, ବିନୋଦ ମାଝୀ କର୍ମକର୍ତା ତଦାରଖ କରିଥିବା ବେଳେ ନିର୍ବାଚନ ଅଧିକାରି ଭାବେ ଜୟପୁର ଶ୍ରମ ବିଭାଗ ର ଶ୍ରୀ ପିତାମ୍ବର ବେହେରା ଉପସ୍ଥିତ ରହି ଥିଲେ |ଏହା ସହିତ ଉତ୍କଳ ଆଲୁମିନା କର୍ମଚାରୀ ସଙ୍ଘ ଦୁଇ ଜଣ ମନୋନୀତ ସଦସ୍ୟ ସଦସ୍ୟ ପ୍ରସନ୍ନ ପାତ୍ର ଓ ବିଜୟ ମାଝୀ ଉପସ୍ଥିତ ରହିଥିଲେ | ଏହି ନିର୍ବାଚନ ଉତ୍କଳ ଆଲୁମିନା ପକ୍ଷରୁ ପ୍ରଥମ ଥର ହୋଇଥିବା ଯୋଗୁଁ ଦୋରାଗୁଡା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା |
ଏହି ନିର୍ବାଚନରେ ସଭାପତି ଭାବେ ଜୟଦାନ ନାଏକ ବିଜୟୀ ହୋଇଥିବା ବେଳେ ଉପ ସଭାପତି ଭାବେ ସୁନାମ ନାଏକ ଓ ସାଧାରଣ ସମ୍ପାଦକ ଭାବେ କୈଳାଶ ମାଝୀ ବିଜୟ ଲାଭ କରିଛନ୍ତି | ଯୁଗ୍ମ ସମ୍ପାଦକ ଭାବେ ବିପ୍ର କୁମାର ହିଆଲ ଓ ଦେବରାଜ ନାଏକ, କୋଷାଧ୍ୟକ୍ଷ ଭାବେ ଶେଷଗିରି ନାଏକ ଏବଂ ଉପଦେଷ୍ଟା ଭଣେ ଯତୀନ୍ଦ୍ର କୁମାର ନାଏକ ନିର୍ବାଚିତ ହୋଇଛନ୍ତି | ସେହିପରି କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ଚନ୍ଦ୍ରସେନ ନାୟକ, ଦେବରାଜ ନାୟକ, କୋଂକିଲା ନାୟକ, ଲୋକେଶ୍ୱର ନାୟକ, ନକୁଳ ମାଝି ଓ ଶାନ୍ତାଶୀଳ ନାୟକ ବିଜୟୀ ହୋଇଥିଲେ ||
Sign in
Sign in
Recover your password.
A password will be e-mailed to you.
Prev Post