ନବରଂଗପୁର (ଶାସକ ପ୍ରଶାସକ) ଯାହା ଚର୍ଚା ହେଉଥିଲା ସେଇଆ ହେବାକୁ ଯାଉଛି | ସେବା ପାଇଁ କଂଗ୍ରେସଦଳରେ ସୁଯୋଗ ନଥିବା ଅଭିଯୋଗ କରି ଦୁଇ ଦିନ ତଳେ କଂଗ୍ରେସ ଛାଡିଥିବା ପ୍ରଦୀପ ମାଝୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶରଣାପନ୍ନ ହେବାକୁ ଯାଉଛନ୍ତି | ଆଜି ସେ ବିଧିବଦ୍ଧ ଭାବେ ଏ ବିଷୟ ଘୋଷଣା କରିଛନ୍ତି ଯେ ସେ ବିଜେଡ଼ିରେ ଯୋଗଦେବେ । କାଲି ପର୍ଯ୍ୟନ୍ତ ବିଜେଡ଼ି ସରକାର ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାର କହି ମୁଖ୍ୟମନ୍ତ୍ରୀଙ୍କୁ ବର୍ଷ ବର୍ଷ ଧରି ସାତପୁରୁଷ ଉଧାରୀ ଆସିଥିବା ପ୍ରଦୀପ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଥିବା ବେଳେ ରାଜ୍ୟରେ ନବୀନ ପଟ୍ଟନାୟକ ସ୍ଥିର ସରକାର ଜରିଆରେ ଗରିବ ଏବଂ ଜନକଲ୍ୟାଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ ବୋଲି ମାଝି ଆଜି ତାଙ୍କ ସମର୍ଥକଙ୍କ ଗହଣରେ କହିଥିଲେ । ବିଜେଡ଼ିରେ ସାମିଲ ହୋଇ ନବୀନଙ୍କ ହାତମୁଠା ଆହୁରି ଟାଣ କରିବା ସହିତ ନବୀନଙ୍କ ପ୍ରତିଶ୍ରୁତି ଓ କାର୍ଯ୍ୟକ୍ରମଗୁଡ଼ିକୁ ଆହୁରି ଗତିଶୀଳ କରିବାରେ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ଶ୍ରୀ ମାଝୀ |
Sign in
Sign in
Recover your password.
A password will be e-mailed to you.