ଜୀବିତ ଠାବ ହୋଇ ପାରିଲାନି, ଶବ ମିଳିଲା 

0

ଆହତ ଦନ୍ତା ହାତୀର ମୃତ୍ୟୁ

ବଡ଼ବିଲ / ଚିତ୍ତ ରଞ୍ଜନ କର : କେନ୍ଦୁଝର ଜିଲ୍ଲା ଚମ୍ପୁଆ  ରେଞ୍ଜ ଅନ୍ତର୍ଗତ ଚମକପୁର ଠାରେ ଏକ ଆହତ ଦନ୍ତାହାତୀ ଶେଷରେ ଆଖି ବୁଜିଛି। ୨୧ ତାରିଖ ଠାରୁ ବନ ବିଭାଗ ଦ୍ଵାରା ଆହତ ଦନ୍ତା ହାତୀର ଚିକିତ୍ସା ଆରମ୍ଭ ହୋଇଥିଲେହେଁ, ୨୨ ତାରିଖ ଠାରୁ ହାତୀଟି ତଳେ ପଡ଼ି ରହିଥିଲା । ଫଳରେ ଚିକତ୍ସା କରିବାରେ ଅସୁବିଧା ଉପୁଜିଥିଲା । କାରଣ ଆହତ ହାତୀଟି କ୍ଷତ ହୋଇଥିବା ଡାହାଣ ପଟକୁ ମାଡି ପଡି ଥିଲା । ହାତୀକୁ ପଣଷ, କଦଳୀ ଖାଇବାକୁ ଦିଆଯାଇଥିଲା, ମାତ୍ର ସେ ଖାଇବାକୁ ମଧ୍ୟ ଇଛା କରୁ ନ ଥିଲା । ଆଜି ତାର କ୍ଷତକୁ ଚିକିତ୍ସା କରିବା ପାଇଁ ଜେସିବି ମେସିନ ନିଆଯାଇଥିଲା । ବହୁ ପରିଶ୍ରମ ପରେ ଜେସିବି ମେସିନ ଲଗାଇ ସ୍ଥାନୀୟ ଗ୍ରାମବାସୀଙ୍କ ସାହାଯ୍ୟରେ ହାତୀଟି କୁ ଲେଉଟା ଯାଇଥିଲା । ମାତ୍ର ଆଜି ଚିକତ୍ସା ଆରମ୍ଭ ହେବା ପୂର୍ବରୁ ଦିନ ପ୍ରାୟ ୧୨ ଟା ୪୦ ମିନିଟରେ ଦନ୍ତା ହାତୀଟି ଆଖି ବୁଜି ଦେଇଥିଲା । ଆଜି ମୃତ ହାତୀର ପୋଷ୍ଟ ମର୍ଟମ କରାଯିବା ପରେ ସେହିଠାରେ ପୋତି ଦିଆଯିବ ବୋଲି ଚମ୍ପୁଆ ଡେପୁଟି ରେଞ୍ଜର କହିଛନ୍ତି ।

 

Leave A Reply

Your email address will not be published.