ତୁକଳା ମେହେର ସମାଜ ପକ୍ଷରୁ ୧୦ କିଲୋମିଟର ପଦଯାତ୍ରା, ମମିତା ହତ୍ୟାକାଣ୍ଡରେ ଦୋଷୀଙ୍କୁ ଫାଶୀ ଏବଂ ମନ୍ତ୍ରୀଙ୍କୁ ବହିଷ୍କାର ଦାବୀ

0

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଳା ଗ୍ରାମ ଠାରେ ମେହେର ସମାଜ ପକ୍ଷରୁ ଆନ୍ଦୋଳନ କୁ ଓହ୍ଲାଇଛନ୍ତି। ତୁକଳା ଠାରୁ ଖଡ଼ିଆଳ ପର୍ଯ୍ୟନ୍ତ ପଦଯାତ୍ରା ରେ ଆସି  ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଖଡ଼ିଆଳ ଅତିରିକ୍ତ ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ସାତ ଦଫା ଦାବୀ ରେ ପଦଯାତ୍ରା ତୁକଳା ଠାରୁ ଖଡ଼ିଆଳ ସମଲେଶ୍ଵରୀ ପୀଠସ୍ଥଳୀ ଏବଂ ଖଡ଼ିଆଳ ନଗର ପରାକ୍ରମା କରି ଥାନା ସମ୍ମୁଖରେ ପହଞ୍ଚଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରି ଦାବୀପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟ ଅଭିଯୁକ୍ତଙ୍କୁ ଫାଶୀ,ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ, ସନ୍ଧେହ ରେ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ଙ୍କୁ ଵହିଷ୍କାର,୨ କୋଟି ଟଙ୍କା କ୍ଷତିପୂରଣ ଦାବୀ,ମମିତା ପିତାଙ୍କୁ ଏକ ସରକାରୀ ଚାକିରି ପ୍ରଦାନ, ଗୋବିନ୍ଦ ସାହୁଙ୍କ ସମ୍ପତିକୁ ଜବତ କରନ୍ତୁ ବୋଲି ଦାବି କରିଛନ୍ତି। ଏହି ପଦଯାତ୍ରାରେ ଲିଙ୍ଗରାଜ ମେହେର, ଦେବିଚାରଣ ମେହେର, ହୀରାଧାର ମେହେର, ଜିତେନ୍ଦ୍ର ମେହେର ସହ ଶତାଧିକ ଯୁବକ ଯୋଗଦେଇଥିଲେ।

Leave A Reply

Your email address will not be published.