ଦୁବାଇରେ ଫସିଛନ୍ତି ଅସୁସ୍ଥ ଓଡିଆ ଯୁବକ: ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

0

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଦୁବାଇରେ ଫସିଥିବା ଅସୁସ୍ଥ ଓଡିଆ ଯୁବକ ବାଇଧର ଘଡାଇଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପନ୍ତୁରୀ ଗ୍ରାମର ନିରାକାର ଘଡାଇଙ୍କ ବଡ ପୁଅ ବାଇଧର ଘଡାଇ ନିଜର ସଂର୍ପକୀୟ ଦେବ କୁମାର ଘଡାଇଙ୍କ ଜରିଆରେ କର୍ମସଂସ୍ଥାନ ପାଇଁ ଦୁବାଇ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ଗତ ୫ ମାସ ହେବ କାମ କରି ଆସୁଥିଲେ କିନ୍ତୁ ହଠାତ ଅସୁସ୍ଥ ଅନୁଭବ କରିବାରୁ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସାରେ କୌଣସି ସୁଫଳ ନମିଳିବା ଓ ଅଧିକ ଜନ୍ତ୍ରଣା କାରଣରୁ ଉକ୍ତ କମ୍ପାନୀରୁ ବାଇଧର ଇସ୍ତଫା ଦେଇ ଭାରତ ଫେରି ଆସିବାକୁ ସ୍ଥିର କରିଥିଲେ। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ଚକିରିରୁ ଅବ୍ୟାହତି ଦେଇନଥିଲେ କିମ୍ବା ବକେୟା ଦରମା ମଧ୍ୟ ଦେଉନଥିବା ବାଇଧର ପରିବାର ଲୋକଙ୍କୁ ଜଣାଇଥିଲେ। ଅସହାୟ ବାଇଧର ବର୍ତ୍ତମାନ ଅର୍ଥ ଅଭାବରୁ ଭୋକ ଉପାସରେ ରହୁଛନ୍ତି ଏବଂ ଅସୁସ୍ଥତା କାରଣରୁ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ଏ ନେଇ ବାଇଧରଙ୍କ ପିତା ନିରାକାର ଘଡାଇ ପୁଅକୁ ସ୍ବଦେଶ ଫେରାଇ ଆଣିବା ପାଇଁ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ଦୁବାଇରେ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ବାଇଧରଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସଙ୍ଗେ ସଙ୍ଗେ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି|

Leave A Reply

Your email address will not be published.