ଖଡ଼ିଆଳ ବଣିକ ସଂଘ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ

0

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ଡୁଆଝର ଗ୍ରାମ ନିକଟସ୍ଥ ସୁନ୍ଦର ନଦୀ କୂଳ ରେ ଖଡ଼ିଆଳ ବଣିକ ସଂଘ ପକ୍ଷରୁ ନୂଆଁଖାଇ ଭେଟ ଘାଟ ଉତ୍ସବ ପାଳିତ ହୋଇଅଛି। ମୁଖ୍ୟ ଅତିଥି ରୂପେ ରାଜ୍ୟ ବ୍ୟବସାୟିକ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଖଡ଼ିଆଳ ବଣିକ ସଂଘ ସଭାପତି ରଶ୍ମି ରଞ୍ଜନ ଚଳାନ ସଭପତିତ୍ବ କରିଥିବା ବେଳେ ଖଡ଼ିଆଳ ବଣିକ ସଂଘ ସମ୍ପାଦକ ସମ୍ବିଦ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଟ୍ରେଡ଼ ୟୁନିୟନ ପକ୍ଷରୁ ରାଜେନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ପଡୋଶୀ ଜିଲ୍ଲାର ବଣିକ ସଂଘ ଯୋଗ ଦେଇଥିଲେ।ଭବାନୀପାଟଣା, ଟିଟିଲାଗଡ, ଧର୍ମଗଡ଼, ବଙ୍ଗୋମୁଣ୍ଡା ପାଟଣାଗଡ଼ ଏବଂ ଖଡ଼ିଆଳ ର ବହୁ ବ୍ୟବସାୟୀ ଯୋଗ ଦେଇଥିଲେ।

Leave A Reply

Your email address will not be published.