ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ଚାରିଜଣ ଛାତ୍ରୀ ଓଡ଼ିଶାର କମନ ପିଜି ଏନଟ୍ରାନସ ଏବଂ ବିଳାସପୁର କେନ୍ଦ୍ରିୟ ବିଶ୍ବବିଦ୍ୟାଳୟରେ ସଫଳତାର ସହ ଉତ୍ତିର୍ଣ ହୋଇ ଅର୍ଥନୀତିରେ ଏମଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନେ ହେଲେ ମେଘାମୟୀ ସାହୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯିଏକି ସ୍ନାତକରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ, ରଶ୍ମିତା ବଡଗୋଛିଆ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ସ୍ନାତକରେ ସପ୍ତମ ସ୍ଥାନ ଅଧିକାର କରିଥିଲେ, ଜୌତିର୍ମୟୀ ଧରୁଆ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସୁମି ବିଶ୍ବାଳ ବିଳାସପୁର କେନ୍ଦ୍ରିୟ ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୨୦୧୮-୧୯, ୨୦୧୯-୨୦ ରେ ମଧ୍ୟ ଅଞ୍ଚଳ ମହାବିଦ୍ୟାଳୟ ର ଆଠଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଏମଏ ପାଠ୍ୟକ୍ରମରେ ନାମ ଲେଖାଇ ସଫଳତାର ସହ ଉତ୍ତିର୍ଣ ହୋଇଛନ୍ତି । ଏହାର ଶ୍ରେୟ ଛାତ୍ରଛାତ୍ରୀ ମାନେ ଅର୍ଥନୀତି ବିଭାଗର ନିୟମିତ କ୍ଲାସ ଏବଂ ଅଧ୍ୟାପକ ମାନଙ୍କର ଉତ୍ତମ ନୀରିକ୍ଷଣ ଉପରେ ଗୁରୁତ୍ବ ପ୍ରଦାନ କରିଛନ୍ତି ବୋଲି ବିଭାଗର ମୁଖ୍ୟ ପ୍ରଧ୍ୟାପକ ଡ଼ ବିରଞ୍ଚି ସାହୁ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.