ପଦ୍ମପୁର(ଶାସକ ପ୍ରଶାସକ): ଭାରତୀୟ ଜନତା ପାର୍ଟିର ବିଚାର ଧାରା ମୋଦିଜୀଙ୍କ ବିକାଶ ମୂଳକ କାମ ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଦୃଢ ନେତୃତ୍ବରେ ଅନୁପ୍ରାଣିତ ହୋଇ ଦହିଗାଁ ପଞ୍ଚାୟତ ଦର୍ଲିଗୁଡା ଗ୍ରାମର ଯୁବ ନେତା କୁମୁଦ ସାହୁଙ୍କ ସମେତ ତାଙ୍କର ଅନୁଗାମୀ ମାନଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ବାସଭବନ କାର୍ଯ୍ୟାଳୟ ଠାରେ ଦହିତା ମଣ୍ଡଳ ସଭାପତି କେତନ ମେହେର,ବରଗଡ ଜିଲ୍ଲା ଉପ ସଭାପତି ସରୋଜ ସାମଲଙ୍କ ଉପସ୍ଥିତରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଉପଢୌକନ ଦେଇ କୁମୁଦ ସାହୁଙ୍କୁ ସ୍ବାଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ଦହିଗାଁ ପଞ୍ଚାୟତ ପ୍ରମୁଖ ସୁବାଷ ପଣ୍ତା,ଖଲିଆପାଲି ପଞ୍ଚାୟତ ପ୍ରମୁଖ ମିତ୍ରଦୟ ସାହୁ,କୁବେର ସାହୁ,ପ୍ରେମାନନ୍ଦ ବିଶି,ନାରାୟଣ ପୋଢ,ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post