ସମଗ୍ର ଭାରତରେ ୧୦୦ କୋଟି ଡୋଜ କୋଭିଡ ଟିକାଦାନ : କୋଭିଡ ଯୋଦ୍ଧାଙ୍କୁ ଭାଜପା ପକ୍ଷରୁ ସମ୍ବର୍ଦ୍ଧନା

0

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଆଜି ଭାଜପା ପକ୍ଷରୁ ପ୍ରାଥମିକ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଅଛି। ଆଜି ସେମାନଙ୍କ ପାଇଁ ଭାରତରେ ୧୦୦ କୋଟି ଡୋଜ କୋଭିଡ ଟିକା ଗ୍ରହଣ କରି ଏକ ଇତିହାସ ସୃଷ୍ଟି କରିଛନ୍ତି। ସମଗ୍ର ଦେଶରେ କୋଭିଡ ଟୀକାଦାନ କାର୍ଯ୍ୟକ୍ରମକୁ ଏକ ଆନ୍ଦୋଳନ ରୂପେ ଗ୍ରହଣ କରି ନିଜ ସ୍ତରରେ ନିଜ ଦାୟିତ୍ବ ସମ୍ପାଦନ କରିଥିବା ପ୍ରାଥମିକ କୋଭିଡ ଯୋଦ୍ଧାଙ୍କୁ ମିଠା, ଉପଢୋକନ, ପ୍ରଦାନ କରିଛନ୍ତି। ଭାଜପା ଜିଲ୍ଲା ସଭାପତି ସୁବ୍ରତ ଠାକୁର,ଅରିଗଞ୍ଜନ ଯୋଶୀ, ମାର୍କଣ୍ଡ ଗହୀର, ପ୍ରବୀଣ ବନ୍ଦୀଛୋର, ଏବଂ ଯୌବନ ଗହୀର ପ୍ରମୁଖ ଉପସ୍ଥିତ ଥିଲେ। ଭାରତର ପ୍ରଧାନମନ୍ତ୍ରୀ ଏହି ଟିକାଦାନ କାର୍ଯ୍ୟକ୍ରମ ସତରେ ଐତିହାସିକ ପଦକ୍ଷେପ ଅଟେ।

Leave A Reply

Your email address will not be published.