ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଣୁପୁର ଠାରେ ପାଳିତ ହୋଇଛି ପୋଲିସ ସହିଦ ସ୍ମୁତି ଦିବସ।ଏହି ବିଦ୍ୟାଳୟର ପୁରାତନ ଛାତ୍ର ବିରଗତି ପାଇଥିବା କେ. ପ୍ରହଲ୍ଳାଦ ରେଡ୍ଡି ଗଞ୍ଜାମ ଜିଲ୍ଲାର ରଘୁନାଥପୁର ଗ୍ରାମରେ ତା ୧୦.୦୭.୧୯୫୪ ରିଖରେ ଜନ୍ମଗ୍ରହଣ କରିଥିଲେ । ସେ ଗୁଣୁପୁର ବାଳକ ଉଚ୍ଚ ବିଦ୍ୟାଳୟରେ ପାଠ ପଢିଥିଲେ । ସେ ତା O୩. O୩.୧୯୭୭ ରିଖରେ ପୁଲିସ ବିଭାଗ ରେ ଆସିଷ୍ଟାଣ୍ଟ ଡାଇଭର ଭାବେ ନିଯୁକ୍ତି ପାଇଥିଲେ । ତା ୧୧.୦୮.୨୦୦୨ ରିଖ ସକାଳ ଘ ୧୧.୩୦ ମିନିଟ ସମୟରେ ଡ୍ରାଇଭର କେ. ପ୍ରହଲ୍ଲାଦ ରେଡ୍ଡୀ ମାଓ ଦମନ କାର୍ଯ୍ୟରେ ନିୟୋଜିତ ହୋଇଥିବା ସି.ଆର.ପି.ଏଫ. (CRPF) ଯବାନ ମାନଙ୍କୁ ଗୋଟିଏ ମିନି ଟ୍ରକରେ ଗୁଣପୁର ଠାରୁ ଗୋଠଲପଦର ଆଡକୁ ନେଇ ଯାଉଥିବା ସମୟରେ ଗୋଠଲପଦର ନିକଟରେ ମାଓବାଦୀମାନେ, ଯବାନମାନେ ଯାଉଥିବା ଗାଡିକୁ ଲକ୍ଷ୍ୟ କରି ଲ୍ୟାଣ୍ଡମାଇନ ବୋମା ବିସ୍ଫୋରଣ କରିଥିଲେ । ସେହି ଗାଡିରେ ଉପସ୍ଥିତ ଥିବା ୬ ସି.ଆର.ପି.ଏଫ. (CRPF) ଯବାନମାନଙ୍କ ସହ ଡାଇଭର କେ. ପ୍ରହଲ୍ଲାଦ ରେଡ୍ଡୀ ମଧ୍ଯ ଦେଶ ଓ ସମାଜ ପାଇଁ ବୀରଗତି ପ୍ରାପ୍ତି ହୋଇଥିଲେ।ପ୍ରତେକ ବର୍ଷ ଆଜିର ଦିନରେ ତାଙ୍କ ଅଭୁଲା ଦିନଟିକୁ ଚିର ସ୍ମରଣୀୟ ରଖିବା ନିମନ୍ତେ ଏବଂ ସହିଦ ଆତ୍ମା ମାନଙ୍କର ସ୍ମୁତି ଉଦେଶ୍ୟରେ ସର୍ଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ଭାରତ ଇତିହାସ ରେ ବୀରଗତି ତାଲିକାରେ ତାଙ୍କର ନାମ ସ୍ଵର୍ଣ୍ଣାକ୍ଷର ରେ ଲିପିବଦ୍ଧ ହୋଇ ରହିବ।ଏହି ଅବସରରେ ସରକାରୀ ଉଛ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶଶାଙ୍କ ପ୍ରସାଦ ଦାସ ସନମାନିୟ ଅତିଥି G I M S କଲେଜର ଚେଇରମେନ ଓସମାଜ ସେବୀ ଅକ୍ଷୟ ଦାସ ପୁଲିସ ବିଭାଗର I I C ଯଶବନ୍ତ ହିଆଲ S I R N ଗୌଡ଼ A S I ସୁଶାନ୍ତ ବେହେରା ବିଦ୍ୟାଳୟର ଶିକ୍ଷକ ଶିକୟତ୍ରୀ ଏବଂ ଛାତ୍ର ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.