ପ୍ରସ୍ତାବିତ ଧଣ୍ଡାମୁଣ୍ଡା ଥାନାରୁ ଓଡ଼ିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମକୁ ବାଦ ଦେବା ପାଇଁ ଦାବୀ ପତ୍ର

14

ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ କାର୍ଯ୍ୟକଳାପ ବଢ଼ିଚାଲିଥିବା ଯୋଗୁଁ ବର୍ତ୍ତମାନ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ଗ୍ରାମରେ ଏକ ପୋଲିସ ଫାଣ୍ଡି ହେବାକୁ ଯାଉଛି! ସେଥିପାଇଁ ଖପ୍ରାଖୋଲ ଥାନା ଅନ୍ତର୍ଗତ ଓଡିଆପାଲି ଗ୍ରାମପଞ୍ଚାୟତର ଭାଳୁଡୁଙ୍ଗୀରୀ , କପସିପାଲି , ଓଡିଆପାଲି,ବୁଢ଼ୀବାହାଲ ଗ୍ରାମକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ପ୍ରସ୍ତାବ ହୋଇଛି | ଏହି ଗାଁ ମାନଙ୍କୁ ଖପ୍ରାଖୋଲ ଥାନା ମୁଖ୍ୟାଳୟରୁ ମାତ୍ର ୪/୫ କିଲୋମିଟର ଦୂରରେ ଅବସ୍ଥିତ ଥିବାରୁ ଏଠିକାର ଲୋକେ ତୁରନ୍ତ ପୋଲିସ ସହାୟତା ପାଇପାରୁଛନ୍ତି!ଆହୁରି ମଧ୍ୟ ଜଣେ ମହିଳାଟିଏ ମଧ୍ୟ ଏକୁଟିଆ ଯାଇ ଥାନାରେ ତାର ଅଭିଯୋଗ କରି ନ୍ୟାୟ ପାଇ ପାରୁଛି ! କିନ୍ତୁ ପ୍ରସ୍ତାବିତ ହୋଇଥିବା ଧଣ୍ଡାମୁଣ୍ଡାକୁ ଏହି ଗାଁ ଗୁଡ଼ିକରୁ ୧୦/୧୨ କିଲୋମିଟର ଦୂର ବ୍ୟବଧାନ ହେବ | ତେଣୁକରି ଯଦି ଏହି ୪ଖଣ୍ଡ ଗ୍ରାମକୁ ଖପ୍ରାଖୋଲ ଥାନା ଅଧୀନରେ ନରଖିଲେ ଏହି ଗାଁ ଗୁଡିକର ଲୋକେ ନାହିଁ ନଥିବା ସମସ୍ୟାର ସାମନା ହେବା ନିସନ୍ଧେହ ବୋଲି ଲିଖିତ ଭାବେ ଅବଗତ କରିଛନ୍ତି | ଆହୁରି ମଧ୍ୟ ଏଠାରେ ସିଧା ସଳଖ କହିବାକୁ ଗଲେ ଓଡିଆପାଲି ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମ ଖପ୍ରାଖୋଲ ଥାନା ଅଧୀନରେ ରହୁବୋଲି ଗ୍ରାମବାସୀ ଲିଖିତ ଭାବେ ଏକ ଦାବୀ ପତ୍ର ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କୁ ପ୍ରଦାନ କରିଛନ୍ତି |

Leave A Reply

Your email address will not be published.