ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ଦିନ ଏକାଦଶ ଶ୍ରେଣୀର ବିଜ୍ଞାନ , କଳା ଓ ଭୋକାସେନାଲର ଛାତ୍ରୀ ମାନଙ୍କୁ ସ୍ୱାଗତ ଉତ୍ସବ ପାଳନ କରି , କରୋନା କଟକଣା ଓ ସ୍ୱଚ୍ଛତା ରକ୍ଷା କରି , ସାମାଜିକ ଦୂରତା , ମାସ୍କ ବ୍ୟବହାର ଉପରେ ଅଧ୍ୟକ୍ଷା , ଅଧ୍ୟାପକ ଓ ଅଧ୍ୟାପିକା ମାନେ ବୁଝାଇଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ଅମ୍ବିକା ଦେବୀ , ବରିଷ୍ଠ ପ୍ରାଧ୍ୟାପିକା ଡ଼.ମନୋଶ୍ୱିନୀ ଦାଶ , ଇତିହାସ ଅଧ୍ୟାପକ ଡ଼. ନୃସିଂହ ପ୍ରସାଦ ପାଣିଗ୍ରାହୀ , ରାଜନୀତି ବିଜ୍ଞାନ ଅଧ୍ୟାପକ ଡ଼. ମହେନ୍ଦ୍ର ରଇତ ଏବଂ ଅନ୍ୟ ମାନେ ପ୍ରତିବିଷୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଓଡ଼ିଶାର କେରିଅର୍ ପୋର୍ଟାଲ , ୟୁ ଟୁବ୍ ମାଧ୍ୟମରେ OSEPA ର ଶିକ୍ଷା ପ୍ରଦାନ , ପରୀକ୍ଷା ପ୍ରଣାଳୀ , ମୂଲ୍ୟାଙ୍କନ , ଅରିଏଣ୍ଟସନ୍ ବିଷୟରେ ଶିକ୍ଷାର୍ଥୀ ମାନଙ୍କୁ ବୁଝାଇ ଦିଆଯାଇଥିଲା। ଅଭିଭାବକ ଓ ଶିକ୍ଷକ ଆଲୋଚନା , ପୂର୍ବବର୍ଷର ପାଠ୍ୟକ୍ରମ ଅଥାତ୍ ଦଶମ ଶ୍ରେଣୀର ବିଷୟ ଉପରେ ଆଲୋକପାତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପରିଶେଷରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସଂଯୁକ୍ତା ପାତ୍ର ଏବଂ ସଂସ୍କୃତ ଅଧ୍ୟାପିକା ସୁଶ୍ରୀ ଡ଼ି. ପ୍ରିୟଙ୍କା ନୂତନ ଛାତ୍ରୀ ମାନଙ୍କୁ କୋଭିଡ୍ ନିୟମାବଳୀ ମାନିବା ପାଇଁ କହିଥିଲେ ଏ କ୍ରୀଡା ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ଯୋଗ ଓ କ୍ରୀଡ଼ା ଉପରେ ବୁଝାଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post