ଟିକିରିରେ ଜହ୍ନି ଓଷା ଉଦଯାପିତ

0 2

ଟିକିରି ରୁ ବୈକୁଣ୍ଠ ଦୁରିଆ ;ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗ୍ରାମରେ ଜହ୍ନି ଓଷା ଉଦଯାପିତ ହୋଇଛି । ସେହି ପରି ଟିକିରି ର ବେହେରା ସାହି ,ଗୋଉଡ ସାହି, ଦୁଡୁକାବାହଲ, କୁମାର ପୂର୍ଣ୍ଣମୀ ପୂଜା ପାଳିତ ହୋଇ ଯାଇଛି | ଆଶ୍ଵିନ ମାସ ପୂଣ୍ଣମା ତିଥିରେ କୁମାରୀ ମାନଙ୍କ ପାଇଁ ବଡ ଉତ୍ସବର ଦିନ । ଭାଦ୍ରବ ପୂର୍ଣ୍ଣମୀ ବା ଇନ୍ଦୁ ପୂର୍ଣ୍ଣମୀ ଠାରୁ ଆରମ୍ଭ ପିନ୍ଧନ୍ତି । କୁମାରୀ କନ୍ୟା ମାନେ ଗୁଆ ,ଖଇ,ଫଳ,ପୁଷ୍ପର କରି ଆଞ୍ଜୁଳି ଟେକି ସୂଯ୍ୟଙ୍କୁ ପ୍ରଣାମ କରିନ୍ତା ସଞ୍ଜ ହେଲେ ତୁଳସୀ ଚଉରା ମୂଳ ରେ ଜହ୍ମି ଫୁଲ ରେ କୋଠି ,ଚାଉଳ ପିଠଉରେ ଜହ୍ମ ତିଆରି କରନ୍ତି। ଏବଂ କଳସ ସ୍ଥାପନ କରି ପୂଜା କରନ୍ତି । ଜହ୍ମ ଉଇଲେ ଜହ୍ମିଫୁଲ,ଫଳ,ଖଇ,ଆଦି ଆଞୁଳି ଟେକିଥିଲେ । ଏହା ପରେ କୁମାରୀ କନ୍ୟା ମାନେ ଜହ୍ମିଫୁଲ ଠୋଠା କାକୁଡିଫୁଲ ଠୋଠା ଗୁଣ୍ଡିଚି ମୂଷା କହିଯାଇଛି ଚାଉଳ ମୁଠେ ଥୋଇଥା ଏହି ଗୀତ ଗାଇ ହୁଳହୁଳି ଦେଇ ବନ୍ଦାପନ କରି ପୂଜା ଚ୍ଚନା କରିଥିଲେ | ଶେଷ ରେ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବଦ ନେଇ ଥିଲେ |

Leave A Reply

Your email address will not be published.