ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସିନାପାଲିରେ କ୍ୟାଣ୍ଡେଲ ଯାତ୍ରା

0 1

ନୂଆପଡ଼ାରୁ ଯଶୋବନ୍ତ କୁମାର : ବହୁ ଚର୍ଚ୍ଚିତ ମହାଳିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟା କୁ ସିନାପାଲି ଅଞ୍ଚଳରେ ଘୋରନିନ୍ଦା* କରାଯିବା ସହ ପୀଡିତା ପରିବାରକୁ ଉପଯୁକ୍ତ ନ୍ୟାୟପ୍ରଦାନ ପାଇଁ ଦାବି କରାଯାଇଛି ।ଏ ନେଇ ସିନାପାଲି,ହାତିବନ୍ଧା ସହ ଆଖପାଖ ଅଞ୍ଚଳର ଶତାଧିକ ବୁଦ୍ଧିଜୀବି ଯୁବକ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ମାଧ୍ୟମରେ ସିନାପାଲି ସହର ପରିକ୍ରମା କରିବା ସହ ଥାନା ସମ୍ମୁଖରେ ନାରାବାଜି କରିଥିଲେ । ଏ ଅବସରରେ ମମିତା ମେହେରଙ୍କ ସ୍ବର୍ଗତ ଆତ୍ମାର ସତଗତି କାମନା କରିବା ସହ ତାଙ୍କୁ ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଙ୍କୁ ଫାଶି ଦେବା ପାଇଁ ଦାବି କରାଯାଇଛି । ଶୋଭାଯାତ୍ରା ରେ ସିନାପାଲି ମେହେର ସମାଜ,ହାତିବନ୍ଧା ମେହେର ସମାଜ,ସିନାପାଲି ମେହେର ଯୁବସମାଜ ,ଉଦନ୍ତୀ ୟୁଥକ୍ଲବ ,ହନୁମାନ ୟୁଥକ୍ଲବ,ଆଦର୍ଶ ୟୁଥକ୍ଲବ ଆଜି ସତମତ ବିଭିନ୍ନ ନୀତି,ଧର୍ମ ଦଳ ର ଶହ ଶହ ଲୋକ ସାମିଲ ହୋଇଥିଲେ । ମୁଖ୍ୟ ଅଭିଯୁକ୍ତ କୁ ଦୁଷ୍ଟାନ୍ତ ମୁନ୍ଦକ ଦଣ୍ଡ ସହ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଯଥା ଶୀଘ୍ର ଗିରଫ କରାଯାଇ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲ ରେ ଦାବି କରାଯାଉଛି । 

Leave A Reply

Your email address will not be published.