ଇଏ ଅଙ୍ଗନବାଡି ନା ରାଜ ଉଆସ ତିଆରି ହେଉଛି ବା !

0 1

୧୦ବର୍ଷ ତଳେ ଆରମ୍ଭ ହୋଇଥିଲା ଯେ କାମ ସରୁନି !

ମାଲକାନଗିରି/ ବି ମିନତୀ ପାତ୍ର :-ରାଜ୍ୟ ସରକାରଙ୍କ ସୁଶାସନ ବା 5T ଯୋଜନାକୁ ଚ୍ୟାଲେଞ୍ଜ ଦେଉଛି ପଡ଼ିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ତେଗେଡ଼ାପାଲ୍ଲୀ ଗ୍ରାମର ନବ ନିର୍ମିତ ଅଙ୍ଗନବାଡି କେନ୍ଦ୍ର ଦୀର୍ଘ 10 ବର୍ଷ ରୁ ଉର୍ଦ୍ଧ ହେବ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଅଛି l ଯାହାଦ୍ୱାରା ନିକଟରେ ଥିବା ପୁରୁଣା ଭଙ୍ଗା ଘରେ ଗ୍ରାମର କୁନି କୁନି ପିଲା ଙ୍କୁ ନେଇ ଅଙ୍ଗନବାଡି କେନ୍ଦ୍ର ଚାଲିଛି l ଗ୍ରାମବାସୀଙ୍କ କହିବା ଅନୁଯାୟୀ ପଡ଼ିଆ ବି ଡି ଓ ସ୍ଥାନୀୟ ସରପଞ୍ଚ ଓ ସି ଡି ପି ଓ କୁ ବାରମ୍ବାର ଅନୁରୋଧ କଲା ପରେ ମଧ୍ୟ କୌଣସି ସୁଫଳ ମିଳୁନାହି l ପିଲାଙ୍କ ଅଭିଭାବକଙ୍କ କହିବା ଅନୁଯାୟୀ ଅର୍ଦ୍ଧଭଗ୍ନ ଅଙ୍ଗନବାଡି ୱାଡି କେନ୍ଦ୍ରଟିର ଚଟାଣକୁ ମୂଷା ଖୋଲି ଗାତ କରିଦେଇ ଥିବାରୁ ବିଭିନ୍ନ ସରୀସୃପ ରହୁଛନ୍ତି ଯାଦ୍ୱାରା ବିଭିନ୍ନ ସମୟରେ କାମୁଡିବାର ଭୟ ରହୁଛି ଏବଂ ରୋଷଇ ଗୃହଟି ଭାଙ୍ଗିରୁଜି ଯାଇଥିବାରୁ ରୋଷେଇରେ ଅସୁବିଧା ହେଉଥିବା ମଧ୍ୟ ଅଙ୍ଗନବାଡି କର୍ମି ପ୍ରକାଶ କରିଛନ୍ତି l ବିଗତ କିଛି ମାସ ତଳେ ଖବର କାଗଜରେ ଅଙ୍ଗନବାଡି ବିଷୟରେ ପ୍ରକାଶ ପାଇଲା ପରେ ଅଙ୍ଗନବାଡିଟି ର ଛାତ କାମ ସମ୍ପୂର୍ଣ ହୋଇଥିଲା l ଛାତ କାମ ସରିବାର ୬ ମାସ ପରେ ମଧ୍ୟ ଅଙ୍ଗନବାଡି କାମ ସମ୍ପୂର୍ଣ ହୋଇପାରରୁନଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିବା ସହ ସରକାରଙ୍କର ବିକାଶ ମୁଖି କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ଉପୁଜିଛି l ଏବେ ପ୍ରଶ୍ନ ଉଠୁଛି, ଇଏ ଅଙ୍ଗନବାଡି ନା ରାଜ ଉଆସ ତିଆରି ହେଉଛି ଯେ ୧୦ବର୍ଷ ତଳେ ଆରମ୍ଭ ହୋଇଥିଲା ଯେ କାମ ସରୁନି !ମହିଳା ଓ ଶିଶୁ ମାନଙ୍କ ଉନ୍ନତି, ବିକାଶ, ଶିଶୁ ଅପପୃଷ୍ଟି ରୋକିବା ନେଇ ହେଉଥିବା ବିଭିନ୍ନ ଯୋଜନା କେବଳ ସ୍ଲୋଗାନ ରେ ସୀମିତ ରହିଥବା ସାଧାରଣରେ ଆଲୋଚନା ହେଉଛି l ଏହା ପ୍ରତି ଶୀଘ୍ର ଦୃଷ୍ଟି ଦେବା ସହ ଅଙ୍ଗନବାଡି ଟିକୁ ସମ୍ପୂର୍ଣ କରିବା ପାଇଁ ଦାବି ହେଉଛି l

Leave A Reply

Your email address will not be published.