ଆରମ୍ଭ ହେଲା  ସବୁଜ ମହାନଦୀ ମିଶନ୍ ଯୋଜନା 

0

ମନମୁଣ୍ଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ 

25-07-18-maha.jpg - 113.53 kB

କଣ୍ଟାମାଳ,ବୌଦ୍ଧ(ବଂଶିଧର ମାଝୀ/ସିମୁନ୍ ନାଏକ) ;  ମହାନଦୀ ଓଡିଶାବାସୀଙ୍କ ଜୀବନରେଖା ହୋଇଥିବା ବେଳେ ଏହାର ଜଳପ୍ରବାହକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସବୁଜ ମହାନଦୀ ଅଭିଯାନ ମୂଖ୍ୟମନ୍ତ୍ରୀଙ୍କ ଏକ ଅଭିନବ ପରିକଳ୍ପନା । ଏହି ପରିପ୍ରେକ୍ଷୀରେ ଓଡିଶାର ମୂଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏକ ହେଲିକପ୍ଟର  ଯୋଗେ ଆକାଶ ମାର୍ଗରେ ଆସି ଆଜି ସକାଳ ୧୧ଟା୩୫ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା  ଦେଉଳି ର  ତେଲନଦୀ କୂଳରେ ଅବତରଣ କରିଥିଲେ । ମୂଖ୍ୟମନ୍ତରୀ ଶ୍ରୀ ପଟ୍ଟନାୟକ ହେଲିକ୍ୟାପଟର ରୁ ଓହ୍ଲାଇ ହେଲିପ୍ୟାଡର ଚତୁଃପାଶ୍ୱର୍ରେ ଅପେକ୍ଷାରତ ଜନସମୁଦ୍ରକୁ ହାତ ହଲାଇ ସମ୍ବୋଧନ କରିଥିଲେ । ପରେ ସବୁଜ ମହାନଦୀ ମିଶନ୍ ଯୋଜନା ଆନୁକୂଲ୍ୟରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ନାମ ଫଳକକୁ ଓଡିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶୁଭ ଉଦଘାଟନ କରିବା ସହ ଏକ ଔଷଧୀୟ ବୃକ୍ଷ ବେଲଗଛ ଚାରା ରୋପଣ କରି ଜଳ ସିଞ୍ଚନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଓଡିଶା ବିଧାନ ସଭା ବାଚସ୍ପତି ପ୍ରଦୀପ କୁମାର ଅମାତ୍,ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜଶ୍ରୀ ରାଉତରାୟ, ରାଜ୍ୟ ଜଳସମ୍ପଦ,ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ନିରଞ୍ଜନ ପୁଜାରୀ,କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ମହୀଧର ରଣା, ବୌଦ୍ଧ ଜିଲ୍ଲାପରିଷଦ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ଭୋଇ,ଉପାଧ୍ୟକ୍ଷା ଜିଲ୍ଲାପରିଷଦ ବୌଦ୍ଧ ଅକୃର ସେଠି,ବୌଦ୍ଧ ଜିଲ୍ଲାପାଳ ମଧୁସୂଦନ ମିଶ୍ର,ଶେଷଦେବ ମେହେର, ପୂର୍ବତନ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ,୨ନଂ ଯୋନ୍ ଜିଲ୍ଲାପରିଷଦ ସଭ୍ୟା ମମତା ପ୍ରଧାନ,୩ନଂ ଯୋନ୍ ଜିଲ୍ଲାପରିଷଦ ସଦସ୍ୟା ସସ୍ମିତା ଥାଟ୍ଟି, ପ୍ରମୁଖ ସାମିଲ ଥିଲେ । ଏଥିରେ କଣ୍ଟାମାଳ,ବୌଦ୍ଧ ଓ ହରଭଙ୍ଗାରୁ ବହୁ ବିଜେଡି କର୍ମି ଓ ନିର୍ବାଚିତ ପ୍ରତିନିଧି ଯୋଗଦେଇଥିବା ବେଳେ ବୌଦ୍ଧ ପିଡି ଡିଆରଡିଏ,ଉପଜିଲ୍ଲାପାଳ ବୌଦ୍ଧ,ନିର୍ବାହୀଯନ୍ତ୍ରୀ ପୂର୍ତ୍ତ ବିଭାଗ ବୌଦ୍ଧ,ନିର୍ବାାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବୌଦ୍ଧ,କଣ୍ଟାମାଳ ତହସିଲଦାର ବନ୍ଦନା ଖଟୁଆ,କଣ୍ଟାମାଲ ବିଡିଓ ନୀଳକଣ୍ଠ ବେହେରା ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ,ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ ବିଭିନ୍ନ ଯୁବ ସଂଗଠନର ସଦସ୍ୟ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇ ବୃକ୍ଷରୋପଣ କରିଥିଲେ । ବୌଦ୍ଧ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ସେଖର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ୟାପକ ପୋଲିସ ଅଧିକାରୀ ଓ ଫୋର୍ସ ମୁତୟନ କରାଯାଇ ଆଇନ ସୃଙ୍ଖଳାକୁ  ନିୟନ୍ତ୍ରଣ କରାଯାଇଥିଲା । ବୃକ୍ଷରୋପଣ ପରେ ମୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୧ଟା୫୫ରେ ହେଲିକ୍ୟାପଟର ଯୋଗେ ସୁବର୍ଣ୍ଣପୁର ଅଭିମୁଖେ ଉଡାଣ ନେଇଥିଲେ ।

Leave A Reply

Your email address will not be published.