ନିଆରା ଢଙ୍ଗରେ ସ୍ୱଚ୍ଛତା ସହ ପଲିଥିନ ମୁକ୍ତ ଗ୍ରାମ ପାଇଁ ଅଭିଯାନ 

0

 ସଚେତନତା ବାର୍ତ୍ତା ଦେଲେ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ । 

ପଦ୍ମପୁର/ନୀଳ ଦୀପ 

ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଳକ ତୁମୁରିପାଣି ଗ୍ରାମରେ ରଥଯାତ୍ରା ଧୂମଧାମରେ ପାଳିତ ହୋଇଛି ।ଏ ବର୍ଷ ରଥଯାତ୍ରା ଟିକେ ନିଆରା ଢଙ୍ଗରେ ଉପଭୋଗ କଲେ ତୁମୁରିପାଣି ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ।ରଥଯାତ୍ରା ଦେଖିବା ସହିତପରିବେଶ ସୁରକ୍ଷା ପାଇଁ ନିଜର କର୍ତ୍ତବ୍ୟ କୁ ମଧ୍ୟ ସେମାନେ ପାଳନ କରିଥିଲେ ।

           ଶିକ୍ଷକ ଦିବସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ୱଚ୍ଛ ବିଦ୍ୟାଳୟ ସ୍ବଛ୍ଛ ଗ୍ରାମ ଅଭିଯାନ ଅନ୍ତର୍ଗତ ସ୍ବଛ୍ଛତାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ରଥଯାତ୍ରାରେ ଲାଗିଥିବା ପ୍ରତ୍ୟେକ ଷ୍ଟଲକୁ ଗୋଟିଏ ଲେଖାଏଁ ଡ଼ଷ୍ଟବିନ ଦେଇଥିଲେ ଏବଂ ସେହି ଦୋକାନିକୁ ଅନୁରୋଧ କରିଥିଲେ ଯେ ଅଲିଆ ଆବର୍ଜନା ସବୁକୁ ଏଣେତେଣେ ନ ପକାଇ ଉକ୍ତ ଡ଼ଷ୍ଟବିନରେ ପକାଇବା ପାଇଁ ଲୋକଙ୍କୁ ବୁଝାଇବେ । ଏହା ସହିତ ଛାତ୍ରଛାତ୍ରୀ ମାନେ ପ୍ଳାଷ୍ଟିକର ବ୍ୟବହାର ଦ୍ବାରା ଲୋକଙ୍କ ଉପରେ ପଡୁଥିବା କୁ ପ୍ରଭାବ ସମ୍ବନ୍ଧରେ ଲୋକଙ୍କୁ ବୁଝାଇଥିଲେ ।ବରଗଡ଼ ଜିଲ୍ଲା ବିଶ୍ବର ସର୍ବାଧିକ କ୍ୟାନସର ରୋଗିଥିବା ତଥା ପଲିଥିନ ବ୍ୟବହାର ଯୋଗୁଁ କ୍ୟାନସର ହେବାର ସମ୍ଭାବନା ଥିବା ଛାତ୍ରଛାତ୍ରୀ ମାନେ ଲୋକଙ୍କୁ ବୁଝାଇ ସଚେତନ କରାଇଥିଲେ ।ଏହା ଛଡ଼ା ସ୍ୱଚ୍ଛ  ଭାରତ ମିଶନ ଗ୍ରାମୀଣ ଅନ୍ତର୍ଗତ ଶୌଚାଳୟ ନିର୍ମାଣ ପାଇଁ ସରକାରଙ୍କ ଯୋଜନା ସମ୍ବନ୍ଧରେ ପତ୍ରିକା ବଣ୍ଟନ କରିଥିଲେ ।

  ଏହି ଅଭିନବ ପ୍ରୟାସ ଦ୍ବାରା ଲୋକମାନେ ନିଶ୍ଚୟ ଭାବେ ସଚେତନ ହେବା ସଙ୍ଗେସଙ୍ଗେ ପରିବେଶ ସୁରକ୍ଷା ନିମନ୍ତେ ସମସ୍ତେ ସଚେତନ ହେବେ ବୋଲି ସେଠାରେ ଉପସ୍ଥିତ ଲୋକେ ମତ ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନଙ୍କ ମିଲିତ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।  ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ତରଣୀସେନ ପ୍ରଧାନ,ରଜନୀକାନ୍ତ ପ୍ରଧାନ,ଉପେନ୍ଦ୍ର ପଟେଲ ତଥା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମ୍ଭାର ସହଯୋଗ କରିଥିଲେ ।

Leave A Reply

Your email address will not be published.