ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସରକାରୀ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନର ପ୍ରାୟ ୨.୪୦ ଲକ୍ଷ କର୍ମଚାରୀ ଉପକୃତ ହେବେ

0 2

ଭୁବନେଶ୍ୱର (ଶାସକ ପ୍ରଶାସକ) : କର୍ମଚାରୀମାନଙ୍କ କଲ୍ୟାଣକୁ ଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଗୋଷ୍ଠୀବୀମା ରାଶି ବୃଦ୍ଧି କରିଛନ୍ତିା ଏହି ମର୍ମରେ ବିଭିନ୍ନ ସରକାରୀ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର କର୍ମଚାରୀମାନଙ୍କୁ ଗୋଷ୍ଠୀବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ସେମାନଙ୍କ ଦେୟରାଶି ଉପରେ ବିସ୍ତୃତ ଆଲୋଚନା ହୋଇଛିା ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ଏକ ବୈଠକରେ କର୍ମଚାରୀମାନଙ୍କର ଗୋଷ୍ଠୀବୀମା ଦେୟ ବାବଦରେ ଅର୍ଥ ବିଭାଗ ବିଜ୍ଞପ୍ତି ଉପରେ ଆଲୋଚନା ହୋଇଛିା ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛିା
ଚଳିତ ମାସ ୮ ତାରିଖ ଦିନ ପ୍ରକାଶିତ ଅର୍ଥ ବିଭାଗ ବିଜ୍ଞପ୍ତି ଅନୁଯାୟୀ କର୍ମଚାରୀମାନଙ୍କର ଦୁଇଟି ସ୍ତର ଗଠନ କରାଯାଇ ୪୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ଼୍ ପେ ଥିବା କର୍ମଚାରୀମାନଙ୍କଠାରୁ ପୂର୍ବରୁ ୭୫୦୦ ଟଙ୍କା ବୀମାଦେୟ ଥିବାବେଳେ ତାହାକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛିା ଏହି ପର୍ଯ୍ୟାୟର କର୍ମଚାରୀମାନଙ୍କ ଚାକିରି ଅବଧିରେ ପରଲୋକ ହେଲେ ୧.୫ ଲକ୍ଷ ଟଙ୍କା ଏକକାଳୀନ ମିଳିବା ସାଙ୍ଗକୁ ଅନ୍ତେଷ୍ଟିକ୍ରିୟା ବାବଦରେ ୫ ହଜାର ଟଙ୍କା ମିଳୁଥିବାବେଳେ ତାହା ଏବେ ଯଥାକ୍ରମେ ୪ ଲକ୍ଷ ଟଙ୍କା ଏବଂ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛିା ଅନୁରୂପ ଭାବରେ ୫୪୦୦ ଟଙ୍କା ବା ତଦୁର୍ଦ୍ଧ୍ବ ଗ୍ରେଡ୍ ପେ ରହିଥିବା କର୍ମଚାରୀମାନଙ୍କଠାରୁ ପୂର୍ବରୁ ବୀମାଦେୟ ୧୨ ହଜାର ଟଙ୍କା ନିଆଯାଉଥିବାବେଳେ ତାହାକୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ଏବଂ ଚାକିରି ଅବଧିରେ ପରଲୋକହେଲେ ଏକକାଳୀନ ୬ ଲକ୍ଷ ଟଙ୍କା ଏବଂ ଅନ୍ତେଷ୍ଟିକ୍ରିୟା ପାଇଁ ୧୦ ହଜାର ଟଙ୍କା ମିଳିବ ବୋଲି ଜଣାଯାଇଛିା ଆଗାମୀ ନଭେମ୍ବର ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ବେତନ ପ୍ରଦାନକାରୀ ଅଧିକାରୀ (ଡିଡିଓ)ମାନେ ନିଜ ଉତ୍ସରୁ କର୍ମଚାରୀମାନଙ୍କ ବର୍ଦ୍ଧିତ ଗୋଷ୍ଠିବୀମା ଅଗ୍ରୀମ ଦେୟ ଅନୁମୋଦନ କରିବେ ଓ ପରେ ସେମାନଙ୍କ ମାସିକ ବେତନରୁ ୧୦ଟି ସମାନ କିସ୍ତିରେ ଏହି ଅର୍ଥ ଭରଣା କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିବା କଥା ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ପ୍ରକାଶ କରିଛନ୍ତିା
ପେନ୍ସନ୍ ନିୟମକୁ ସଂଶୋଧନ କରି କର୍ମଚାରୀ ଦେଉଥିବା ୧୦ ପ୍ରତିଶତ ରାଶି ଲାଗି ସରକାରଙ୍କ ତରଫରୁ ୧୪% ସମଭାଗ ଅଂଶ ୧/୪/୨୦୨୧ରୁ ପିଛିଲା ଭାବେ ପ୍ରଦାନ କରାଯିବା

Leave A Reply

Your email address will not be published.