ତାଳଚେର ଠାରୁ ଦିନକରେ ସର୍ବୋଚ୍ଚ 66 ଟି ରେକ କୋଇଲା ପରିବହନ ରେକର୍ଡ

0 2
  • ଗୋଟିଏ ଦିନରେ 2.6 ଲକ୍ଷ ଟନ୍ କୋଇଲା ବୋଝେଇ |
  • ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶକୁ କୋଇଲା ପରିବହନ କରାଯାଇଛି 

​ଭୁବନେଶ୍ୱର (ଶାସକ ପ୍ରଶାସକ) ପୂର୍ବତଟ ରେଳପଥ ପକ୍ଷରୁ ଗତ କାଲି ଅର୍ଥାତ ଗତ ରବିବାର ଦିନ ତାଳଚେର ଅଞ୍ଚଳରୁ ଦେଶର ବିଭିନ୍ନ ରାଜ୍ୟକୁ 66 ଟି ଟ୍ରେନ ରେକ ଦ୍ୱାରା କୋଇଲା ପରିବହନ କରାଯାଇଅଛି (୬୫ଟି କଚ୍ଚା ଓ ଗୋଟିଏ ପ୍ରଖ୍ୟାଲନ କରାଯାଇଥିବା) ଯାହାକି ଗୋଟିଏ ଦିନରେ ସର୍ବାଧିକ ପଣ୍ୟ ବୋଝେଇ ରେକର୍ଡ ଅଟେ | ଦେଶର ବିଭିନ୍ନ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ବିଦ୍ୟୁତ୍ ସଙ୍କଟକୁ ଏଡ଼ାଇବା ପାଇଁ ତଥା ଗ୍ରାହକଙ୍କୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଥିଲା | ଗତ ରବିବାର ଦିନ, ପୂର୍ବ ତଟ ରେଳପଥର କେବଳ ତାଳଚେର ଲୋଡିଂ ପଏଣ୍ଟରୁ ଦିଲ୍ଲୀ, ପଞ୍ଜାବ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶକୁ କୋଇଲା ପରିବହନ କରାଯାଇଛି |
ମୋଟ ଉପରେ, ପୂର୍ବ ତଟ ରେଳପଥ ଗତ ରବିବାରରେ 181 ଟି ରେକ ଦ୍ୱାରା ପଣ୍ୟ ପରିବହନ ବା ବୋଝେଇ କରିଛି; ଯେଉଁଥିରେ 107 ଟି ରେକ ଦ୍ୱାରା କୋଇଲା, 31 ଟି ରେକ ଦ୍ୱାରା ଖଣିଜ ପଦାର୍ଥ, 14 ଟି ରେକ ଦ୍ୱାରା ଆଇରନ୍ ଆଣ୍ଡ ଷ୍ଟିଲ୍, 08 ଟି କଣ୍ଟେନର ରେକ ଏବଂ 21 ଟି ରେକ ଦ୍ୱାରା ଅନ୍ୟ ପଣ୍ୟ ପରିବହନ ଅନ୍ତର୍ଭୁକ୍ତ | ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଗତ ରବିବାର ଦିନ ଉଲ୍ଲେଖନୀୟ ପଣ୍ୟ ବୋଝେଇ ପାଇଁ ଜଡିତ ଥିବା ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର ଉନ୍ନତି ପାଇଁ ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ |

Leave A Reply

Your email address will not be published.