ଭରତବାହାଲ: ସ୍ତ୍ରୀକୁ ହତ୍ୟା କରି ସ୍ବାମୀର ଥାନାରେ ଆତ୍ମସମର୍ପଣ

0

ପାଟଣାଗଡ଼ (ଯତୀନ୍ଦ୍ର ନନ୍ଦ ) ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଭରତବାହାଲ ଗ୍ରାମରେ ଜୈନିକ ସ୍ଵାମୀ ନିଜର ସ୍ତ୍ରୀକୁ ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିବା ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି! ସୂତ୍ରରୁ ପ୍ରକାଶ ଭରତବାହାଲ ଗ୍ରାମର ପଞ୍ଚୁ ନାଏକ (୨୫) ଗତକାଲି ଶନିବାର  ରାତି ୧୧ଟାରେ ସ୍ତ୍ରୀ ମିନା (୨୨) ଙ୍କ ସହିତ କୈାଣସି କଥାକୁ ନେଇ ଗଣ୍ଡଗୋଳ ଉପୁଜିବାରୁ ପଞ୍ଚୁ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ମିନାଙ୍କ ମୁଣ୍ଡରେ ଜୋରରେ ପ୍ରହାର କରିଥିଲେ! ଫଳରେ ଘଟଣାସ୍ଥଳରେ ହିଁ ମିନାଙ୍କର ପ୍ରାଣବାୟୁ ଉଡିଯାଇଥିଲା! ପଞ୍ଚୁ ଦାବକାନୀ ଗ୍ରାମରୁ ଏକ ବର୍ଷ ତଳେ ମିନାଙ୍କୁ  ବିବାହ କରିଥିଲେ ବୋଲି ପରିବାର ଲୋକଙ୍କଠୁ ପ୍ରକାଶ! ହତ୍ୟାକାରୀ ପଞ୍ଚୁ ଥାନାରେ ଆତ୍ମସମର୍ପଣ କରିଥିବା ବେଳ ଲରମ୍ଭା ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବାର ଇତିମଧ୍ୟରେ ଜଣାପଡିଛି ! ତେବେ ମଧ୍ୟ ଘଟଣା ସ୍ଥଳକୁ ବଲାଙ୍ଗୀର ଏସପି ପହଞ୍ଚିଲା ପରେ ଶବ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.