ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଉତ୍ତର ଭୁବନେଶ୍ୱରରେ ରକ୍ତଦାନ ଶିବିର

0 1

ଭୁବନେଶ୍ୱର / ଶାସକ ପ୍ରଶାସକ  : ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ସାଢେ଼ ଚାରି କୋଟି ଜନତାଙ୍କ ପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କ ୭୬ତମ ଜନ୍ମ ଦିବସ ପାଳନ ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ୱାର୍ଡ ନମ୍ବର-୧୦ ଅନ୍ତର୍ଗତ ପାରାଡାଇଜ ମଣ୍ଡପରେ ପୂର୍ବତନ କର୍ପୋରେଟର ପ୍ରଣତି ନାୟକ ଓ ସମାଜସେବୀ ଦାଶରଥି ନାୟକଙ୍କ ନେତୃତ୍ୱରେ ଓ ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଙ୍କ ନିର୍ଦ୍ଦେଶରେ ସେବା ଧର୍ମ ପାଳନ ପୂର୍ବକ ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହି ଶିବିରକୁ ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଶା ମୋ ପରିବାରର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ, ଉତ୍ତର ବିଧାୟକ ଓ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ସୁଶାନ୍ତ କୁମାର ରାଉତ ଓ ଉତ୍ତର ସଂଯୋଜକ ଡ଼ଃ ପ୍ରକାଶ ତ୍ରିପାଠୀ ଉଦଘାଟନ କରିଥିଲେ । ଏହି ଶିବିରରେ ବିଜେଡ଼ି ସମ୍ପାଦକ ଶ୍ରୀ ସୁବାସ ପାତ୍ର, ଦୁର୍ଗା ସାମନ୍ତରାୟ, କୁନ ବିହାରୀ ଦାସ , ଲିଟୁ ମହାପାତ୍ର ସମୀର ପ୍ରଧାନ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ଲିଟୁ ମହାସୂପକାର, ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ବିଜୟଲକ୍ଷ୍ମୀ ଦାସ, ଜିଲ୍ଲା ବିଜେଡ଼ି ଛାତ୍ର ସଭାପତି ସୁବାସ ସାହୁ, ଜିଲ୍ଲା ଉପସଭାପତି ଶ୍ରୀ ଆଦିକନ୍ଦ ରାଉତ, ଜିଲ୍ଲା ବିଜେଡ଼ି ସମ୍ପାଦକ ଶ୍ରୀ ଭୋଳାନାଥ ମହାରଣା , ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ କର୍ପୋରେଟର , ଜିଲ୍ଲା କମିଟି କାର୍ଯ୍ୟକର୍ତ୍ତା , ମହିଳା ନେତ୍ରୀ , ଯୁବ ଛାତ୍ର ବିଜେଡ଼ିନେତା ମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଓ ୱାର୍ଡ ନମ୍ବର-୧୦ ରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ ମାନଙ୍କୁ ଶାଢ଼ୀ, ଫଳ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ଶିବିରରୁ ୭୬ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ବୋଲି ସଂଯୋଜକ ଡ଼ଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି।

Leave A Reply

Your email address will not be published.