କୁଲତା ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ।

0 2

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ସମ୍ବଲପୁରୀ ହାଇସ୍କୁଲ ପଡିଆ ଠାରେ ଜୟ ମାଁ ରଣେଶ୍ୱର ରାମଚଣ୍ଡୀ ମହାତ୍ସବ ପକ୍ଷରୁ ଆୟୋଜିତ ବାବା ବିଶା ଶହେ କୁଲତା ସମାଜର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଟାଲ ମାଟିର ସୁପୁତ୍ର ତଥା ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ରେ ତହସିଲଦାର ଭାବେ କାର୍ଯ୍ୟରତ ତଥା କୁଲତା ସମାଜ କଲ୍ୟାଣ ସଂଗଠନ ଭୂବନେଶ୍ୱର ର ସାଧାରଣ ସମ୍ପାଦକ ମହେନ୍ଦ୍ର ବଢ଼େଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସଭାକାର୍ଯ୍ୟ ପରିଚାଳନା ପୂର୍ବରୁ ମଞ୍ଚାସିନ ଅତିଥି ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମାନ ବଢେଇ ଉପଢୌକନ ଦେଇ ସମ୍ମାନିତ କଲାପରେ ଶ୍ରୀଯୁକ୍ତ ଗୋପାଳ ପ୍ରଧାନ ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା l

ଶ୍ରୀ ବଢେଇ ତାଙ୍କ ବକ୍ତବ୍ୟରେ କୁଇଲତା ସମାଜର ଅଗଣିତ ଜାତି ଭାଇମାନଙ୍କୁ ବର୍ତ୍ତମାନ ସମୟରେ କୁଇଲତା ସମାଜ କୁ ଗୋଟିଏ ବନ୍ଧନ ରେ ବାନ୍ଧି ହୋଇ ସମାଜ କୁ ଆଗେଇ ନେବା । ଶିକ୍ଷା କ୍ଷେତ୍ରରେ ଆମ ଅଞ୍ଚଳ ପଛୁଆ ହୋଇରହିଯାଇଛି ଏହାକୁ ପ୍ରାଥମିକ ଦେବା ଏକାନ୍ତ ଆବଶ୍ୟକ ଅଟେ l ଆର୍ଥିକ ପରିସ୍ଥିତି ରେ ଯଦି କୌଣସି ମେଧାବୀ ଛାତ୍ର ଆଗକୁ ପାଠ ପଢିବାରେ ବଞ୍ଚିତ ହେଉଛି ତେବେ ତୁରନ୍ତ ସଙ୍କୋଚ ନ କରି ତାଙ୍କ ସହ ଯୋଗାଯୋଗ କଲେ ସେ ପୂର୍ଣ୍ଣମାତ୍ରାରେ ତାକୁ ସହଯୋଗ କରିବା ସଙ୍ଗେସଙ୍ଗେ, ଅର୍ଥାଭାବରୁ ଯଦି କୈାଣସି ରୋଗୀ ଅସୁବିଧା ରେ ପଡିଛି ତେବେ ଯୋଗାଯୋଗ କଲେ ଭଲ ଚିକିତ୍ସା ନିମନ୍ତେ ସହଯୋଗ କରିବି ବୋଲି ମତବ୍ୟକ୍ତ କରିଥିଲେ l ସଭାରେ ଶ୍ରୀଯୁକ୍ତ ଟାଇଲଚନ୍ଦ୍ର ଭୋଇ ସଂଯୋଜନା କରୁଥିବାବେଳେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କୁଇଲତା ସମାଜର ବରିଷ୍ଠ କର୍ମକର୍ତ୍ତା ଆଇନଜୀବୀ ଯୋଗେନ୍ଦ୍ର ଭୋଇ, ଗୋକୁଳାନନ୍ଦ ପ୍ରଧାନ,ଶତ କୁମାର ତୁରିଆ,ଟଙ୍କଧର ପ୍ରଧାନ,ଗୈାରୀ ସାହୁ, ଶ୍ୟାମ ବେହେରା, ଜଗଦୀଶ ସାହୁ, ବିନୋଦ ବିହାରୀ ବିଶ୍ବାଳ, ସୂର୍ଯ୍ୟ କୁମାର ପ୍ରଧାନ ସଞ୍ଚାସିନ ଥିଲେ l ମଞ୍ଚାସିନ ଅତିଥିମାନେ ପ୍ରଥମେ ଜାତି ସମାଜ ର ମଙ୍ଗଳ କାମନା କରିବା ସହିତ ଆମେ ସମସ୍ତେ ଗୋଟିଏ ମାଆ ର ସନ୍ତାନ | ଏଣୁ ଏକାତା ହୋଇ ଆମ ଜାତିକୁ ଆଗେଇ ନେବା ଉଦ୍ଦେଶ୍ୟ ନିଜନିଜ ମତପ୍ରଦାନ କରିଥିଲେ l

ସଭା ଶେଷରେ ଉଲ୍ଲେଖନୀୟ ସଫଳତା ପାଇଁ ଅଜିତ ପ୍ରଧାନ,ସୁରଜ ପ୍ରଧାନ, ହରିଶ୍ଚନ୍ଦ୍ର ସାହୁ ପ୍ରମୁଖଙ୍କୁ କୁଲତା ସମାଜ ତରଫରୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ କରିଥିଲେ l ଏ ଭଳି କୁଲତା ସମାଜର ମିଳନ ପର୍ବ ରେ ସର୍ବଶ୍ରୀ ଅରକ୍ଷିତ ପ୍ରଧାନ, ପ୍ରକାଶ ସାହୁ, ଘନଶ୍ୟାମ ପ୍ରଧାନ,ବଇଲୋଚନ ପ୍ରଧାନ,କ୍ଷୀତି ସାହୁ,କ୍ଷିରୋଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ଗତିକୃଷ୍ଣ ଭୋଇ ଧନ୍ୟବାଦ ଅର୍ପଣ ପରେ ସଭାକାର୍ଯ୍ୟ ସମାପନ ହୋଇଥିଲା

Leave A Reply

Your email address will not be published.