ଅ ଉପରେ ଖଡ଼ି ବୁଲେଇ ଗଢିଥିଲି ମୁଁ ତତେ, ଏବେ ଆ ଗଢ଼ିବୁ ମତେ 

0

 Â à¬… ଉପରେ ଖଡ଼ି ବୁଲେଇ ଗଢିଥିଲି ମୁଁ ତତେ, ଏବେ ଆ ଗଢ଼ିବୁ ମତେ 

  ବିଲେଇସର୍ଡା ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ : ବିଦ୍ୟାଳୟକୁ ଗଢି ତୋଳିବା ପାଇଁ ନିଷ୍ଠାପର-ନିରବଚ୍ଛିନ୍ନ ଉଦ୍ୟମ ଆବଶ୍ୟକ

ବଲାଙ୍ଗିର/ପୁଇଁତଳା(ନିରୋଜ ମିଶ୍ର) – ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତଙ୍କ ଅଧ୍ୟକ୍ଷତାରେ ନିମନ୍ତ୍ରୀତ ଅତିଥି ଭାବେ ସ୍କୁଲ ପରିଚାଳନା ସଭାପତି ଗଦାଧର ବିଶ୍ୱାଳ,  ସ୍କୁଲ ପରିଚାଳନା ଓ ବିକାଶ କମିଟିର ସଭାପତି ମଧୁସୂଦନ ପଧାନ ଯୋଗ ଦେଇ ବିଦ୍ୟାଳୟକୁ ଏକ ସୁନ୍ଦର, ସୁସ୍ଥ ପରିବେଶ ସମ୍ପନ୍ନ ଶିକ୍ଷା ମନ୍ଦିର ରୂପେ ଗଢି ତୋଳିବା ପାଇଁ ନିଷ୍ଠାପର ନିରବଚ୍ଛିନ୍ନ ଉଦ୍ୟମ ଆବଶ୍ୟକ ବୋଲି କହିବା ସହ ଯେଉଁ ବିଦ୍ୟାଳୟ ଆମ ଅଂଚଳ ପାଇଁ ମଣିଷ ତିଆରି କାରଖାନା ବରିଷ୍ଠ  ଶିକ୍ଷକ ବିନୋଦ ବିହାରୀ ପାଣିଗ୍ରାହୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ  ସମ୍ପର୍କରେ ବକ୍ତବ୍ୟ ରଖିବା ସହ ମୋ ସ୍କୁଲ ଅଭିଯାନ ରେ  ସାମିଲ ହୋଇ ତନ, ମନ ଓ ଧନ ଦେଇ ବିଦ୍ୟାଳୟ କୁ ଗଢି ତୋଳିବା ବୋଲି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଭରତ ଭୂଷଣ ପଧାନ, ଅଶୋକ କୁମାର ବାଗ, ପୁରୁଷୋତ୍ତମ ମାଝୀ, ହାଡୁ ବିଶ୍ୱାଳ, ମଦନ ସାହୁ, ଚନ୍ଦ୍ର ସ୍ୱାଇଁ, ରାଜ କୁମାର ପଧାନ, ପିତବାସ ବଢିଆ, ପ୍ରଦ୍ୟୁମ୍ନ ବିଶି, ଡାକ୍ତର ମେହେର, ପ୍ରଶାନ୍ତ ଭାଟି, ୟାଦବ ରାମ ରମୈୟା ଭାଟି, ଅବନୀ ବିଶ୍ୱାଳ, ଜୟଲାଲ ବଣିଆ, ରାମଜୀ ଦୀପ, ସୁଦାମ କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ସୁଧାଂଶୁ ଶେଖର ପଧାନ, ତପନ ବୁଡେକ, ଚିନ ମୋହନ ତ୍ରିପାଠୀ, ଅଶ୍ୱିନୀ ମହାଲିଙ୍ଗ, ଶିକ୍ଷୟିତ୍ରୀ ସୁକାନ୍ତି କୁଅଁର, ମମତା ପୁରୋହିତ, ନିରୋତ୍ତମା ବିଶ୍ୱାଳ, ସୁବାସିନୀ ସେଠୀ, ସୁଷମା ମେହେର ତଥା କର୍ମଚାରୀ ଜଗନ୍ନାଥ ଯୋଶୀ ସହଯୋଗ କରିଥିଲେ ।  ଧନ୍ୟବାଦ ଦେଇଥିଲେ ଶିକ୍ଷକ ରଂଜିତ ମିଶ୍ର ।  ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । 

 

 

 

Leave A Reply

Your email address will not be published.