ପଦ୍ମପୁର(ଶାସକପ୍ରଶାସକ)-ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖ ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫ ରୁ ସାରା ଦେଶରେ ପାଳନ କରାଯାଉଅଛି। ସେହିପରି ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼ର ସ୍ଵେଛାସେବୀ ରତିକାନ୍ତ ପଧାନ ଏବଂ ଡିଲେଶ୍ଵର ନାୟକଙ୍କ ନେତୃତ୍ୱରେ ଗାଇସିଲେଟ ବ୍ଲକ ଚିଖିଲି ଗ୍ରାମପଞ୍ଚାୟତର ଚିଖିଲୀ ଏବଂ କମଳପଦର ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓ.ଏଲ୍.ଏମ୍ ଗାଇସିଲେଟର ବିପିଏମ୍ ମମତା ମିଶ୍ର, ବିଏଲସି ବଟକିଶୋର୍ ଦୀପ ଙ୍କ ସହଯୋଗରେ ଚିଖିଳୀ GPLF ର ସଭାନେତ୍ରୀ ସୁନୀତା ନାଗ, ସମ୍ପାଦିକା ଗୋଲାପି ସିଂହ ଙ୍କ ସହିତ ଚିଖିଲି ଏବଂ କମଳପଦର ଗ୍ରାମର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ଏବଂ ଡ଼. ଆମ୍ବେଦକର କ୍ଲବର ସଭାପତି ରହିତ ନାଗ ଏବଂ ସମସ୍ତ ସଦସ୍ୟ ମିଶି ସମାଜ କୁ ସ୍ୱଚ୍ଛ ରହିବା ପାଇଁ ଏକ ବାର୍ତ୍ତା ଦେବା ସହିତ ସମସ୍ତ ନାଗରିକ ଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ଆମ ଦେଶକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଏବଂ ଆସନ୍ତା ଗ୍ରାମପଞଚାୟତ ନିର୍ବାଚନରେ ଭୋଟ ବିକ୍ରିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଆଲୋଚନା କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ ଜନ ସଚେତନତା କାର୍ଯ୍ୟକ୍ରମ ଗୁଡ଼ିକ କରାଯିବ ବୋଲି ସ୍ବେଛସେବୀ ରତିକାନ୍ତ ପଧାନ ଏବଂ ଡିଲେଶ୍ୱର୍ ନାୟକ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.