ମା ଙ୍କ ଭୋଗ ଖାଉଛି ଜଙ୍ଗଲୀ ଭାଲୁ

0 1

ନୂଆପଡ଼ାରୁ ଯଶୋବନ୍ତ କୁମାର : ଜଙ୍ଗଲୀ ଭାଲୁ କହିଲେ ଲୋକଙ୍କ ମନରେ ଆତଙ୍କ ଖେଳିଯାଏ। ଭାଲୁଙ୍କୁ ଦେଖିବା ମାତ୍ରେ ଲୋକେ ଛିନ୍ନଛତ୍ର ହୋଇ ପଳାୟନ କରନ୍ତି। ଅନ୍ୟପକ୍ଷେ ମଣିଷକୁ ଦେଖିବା ମାତ୍ରେ ଭାଲୁ ମଧ୍ୟ ଜୀବନ ବିକଳରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଚାଲିଯାଇଥାଏ । ଏଭଳି ମଣିଷ ସମାଜ ଓ ଜଙ୍ଗଲି ଭାଲୁକୁ ନେଇ ଉଭୟ ମଧ୍ୟରେ ଭୟର ବାତାବରଣ ରହିଛି। କିନ୍ତୁ ଏଇଠି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି l ମଣିଷ ଏବଂ ଜଙ୍ଗଲି ଭାଲୁ ମଧ୍ୟରେ ବନ୍ଧୁତା କହିଲେ ଭୁଲ ହେବନାହିଁ l ନୂଆପଡା ଜିଲ୍ଲା ସଦର ବ୍ଲକ ସାଲିହା ସଂରକ୍ଷିତ ଜଙ୍ଗଲର ଜନ୍ମଦାତ୍ରୀ ଆଦିଶକ୍ତି ଛୁଆରୀ ମାତା ମନ୍ଦିରରେ ମଣିଷ ଓ ଭାଲୁଙ୍କ ପ୍ରେମର ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଏବେ ନବରାତ୍ରୀରେ ଜଙ୍ଗଲୀ ଭାଲୁ ମନ୍ଦିରକୁ ଆସି ମାଙ୍କ ଦର୍ଶନ କରି ଭକ୍ତଙ୍କ ହାତରୁ ନଡିଆ ଭୋଗ ଖାଇ ଫେରି ଯାଉଛନ୍ତି।
କଣାଭଇଁରା ସଂରକ୍ଷିତ ଜଙ୍ଗଲର ତୀକ୍ଷ୍ଣ ପଥର ଚଟାଣ ଉପରେ ପାହାଡ଼ ଶୀର୍ଷରେ ରହିଛି ଜନ୍ମଦାତ୍ରୀ ଆଦିଶକ୍ତି ଛୁଆରୀ ମାତାଙ୍କ ମନ୍ଦିର। ଏହି ମନ୍ଦିରରେ ବର୍ଷ ବର୍ଷ ହେବ ମା’ଙ୍କ ପୂଜାର୍ଚ୍ଚନା ହୋଇ ଆସୁଛି। ଗତ କିଛି ବର୍ଷ ହେବ ଦଶହରା ପର୍ଵ ଉପଲକ୍ଷେ ନବରାତ୍ରୀ ପୂଜା ଆୟୋଜିତ ହେଉଛି। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ମା’ଙ୍କ ଆଳତି ହୋଇ ଆମ ରୀତିନୀତି ଅନୁଯାଇ ନଡିଆ,କଦଳୀ ଭୋଗ ଲାଗିଥାଏ।ଏବେ ଦୁଇଗୋଟି ଜଙ୍ଗଲୀ ଭାଲୁ ମନ୍ଦିର ପରିସରକୁ ଆସି ମା’ଙ୍କ ଦର୍ଶନ କରୁଛନ୍ତି। ସେଠାରେ ଭକ୍ତଙ୍କ ହାତରୁ ନଡିଆ ଭୋଗ ଖାଇ ଦୁଇ ଭାଲୁ ଜଙ୍ଗଲ ଭିତରକୁ ଫେରି ଯାଉଛନ୍ତି।ଏକଥା ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ ସତ l

ତେବେ ଏହା ମା’ଙ୍କ ଆର୍ଶୀବାଦ ହେଉ କି ଭୋକରେ ବିକଳରେ ହେଉ । କିନ୍ତୁ ମଣିଷ ହାତରୁ ଜଙ୍ଗଲୀ ଭାଲୁ ନଡ଼ିଆ ଭୋଗ ଖାଇବା ଏଇ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଏମିତି ଜଙ୍ଗଲୀ ଭାଲୁ ଓ ମଣିଷ ହାତରୁ ଭୋଗ ଖାଉଥିବା ସମ୍ପର୍କକୁ ଦେଖି ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଏହି ଭାଲୁକୁ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଜମୁଛି।

Leave A Reply

Your email address will not be published.