ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଚଳିତ ମାସ ୧୨,୧୦,୨୦୨୧ କୃଷକ ମହାସଭା (AI.K.MI) ତରଫରୁ ଅଖୁଳ ଭାରତ କୃଷକ ମହାସଭା (AI.K.MI) ତରଫରୁ ଗୁଣପୁର ନୂଆ ବସ୍ଷ୍ଟାଣ୍ଡ ଠାରୁ ଉତ୍ତର ପ୍ରଦେଶର କୃଷକ ମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ସଂନ୍ଧ୍ୟା ୬,୦୦ ଘଟିକା ସମୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ପୁରୁଣା ବସ୍ଷ୍ଟାଣ୍ଡ ଠାରେ ପହଞ୍ଚି ଏକ ପ୍ରତିବାଦ ସଭା ଅନୁଷ୍ଠିତ କରାଯାଇଥିଲା । ହରିଆନାର ବି.ଜେ.ପି. ମୁଖ୍ୟମନ୍ତ୍ରୀ ମୋବହରଲାଲ ଖଟର ନିକଟରେ ନିଜର କର୍ମକର୍ତ୍ତାମାନଙ୍କୁମୋଧନଶୀଳ ବି.ଜେ.ପି.ର ଶୀର୍ଷ ନେତାମାନଙ୍କ ଏଭଳି ଉତ୍ତେଜକ ବୟାନ ଏବଂ ଷଡ଼ଯନ୍ତ୍ରମୂଳକ ପଦକ୍ଷେପ ଲାଗି ଆଜି କୃଷକମାନଙ୍କୁ ଆକ୍ରମଣ ଓ ହତ୍ୟାର ଶୀକାର ହେବାକୁ ପଡ଼ିଛି ।ତେଣୁ ନିନୋଟି କଳା କୃଷି ଆଇନ ବାଭିଲ କରିବା ପାଇଁ ଏବଂ କୃଷକ ହତ୍ୟାକାରୀମାନଙ୍କୁ ଉଚିତ୍ ଦଣ୍ଡ ବିଧାନ କରିବା ନିମନ୍ତେ ଅଖୁଳ ଭାରତ କୃଷକ ମହାସଭା (A.I.K.) ତରଫରୁ ପ୍ରତିବାଦ କରାଯାଉଛି । ଦାବୀ ସୂମହ :ଲକ୍ଷ୍ମୀପୁର ଖେରୀ ନରସଂହାର ଘଟଣାର ଅପରାଧୀମାନଙ୍କ ବିରୁଦ୍ଧରେ ହତ୍ୟା ମୋକଦ୍ଦମା ଦାୟର କରି ସେମାନଙ୍କୁ ତୁରନ୍ତ ଗିରଫକରଯାଉ । ସୁପ୍ରିମକୋର୍ଟର ତଦାରଖରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍.ଆଇ.ଟି) ଗଠନ କରି ସଂପୂର୍ଣ୍ଣ ମାମଲାର ତଦନ୍ତ କରାଯାଇ ମୃତ୍ୟୁ ହୋଇଥିବା କୃଷକମାନଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉ ।
Sign in
Sign in
Recover your password.
A password will be e-mailed to you.