ଅଙ୍ଗନୱାଡି କେନ୍ଦ୍ରର ଦୂରବସ୍ଥା, ଯାତାୟାତ ପାଇଁ ନାହିଁ ବ୍ୟବସ୍ଥା

0

ନୂଆପଡା ରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମ ପଞ୍ଚାୟତ କାମପୁର ଗ୍ରାମ କନକପଡା ଅଙ୍ଗନୱାଡି କେନ୍ଦ୍ରର ଦୂରବସ୍ଥା।କେନ୍ଦ୍ରକୁ ଯାତାୟାତ ପାଇଁ ରାସ୍ତା ଟିଏ ନଥିବା ପଡା ବାସୀ ଅଭିଯୋଗ କରିଛନ୍ତି। ଆଜିକୁ ଦିର୍ଘଦିନ ହେଲା କାମପୁର ଗ୍ରାମ କନକପଡା ଅଙ୍ଗନୱାଡି କେନ୍ଦ୍ରର ଅସ୍ବାସ୍ଥ୍ୟକର ପରିବେଶ। ଯାତାୟାତ କରିବାକୁ ପକ୍କା ରାସ୍ତା ଟିଏ ନାହିଁ। ଆଜି କୁ ୧୦ ବର୍ଷ ହେବ ନିର୍ମାଣ ହୋଇଥିବା ଏହି କେନ୍ଦ୍ରରେ ଗୃହ ଛାତରୁ ପାଣି ଝରୁଛି। ତାର ରକ୍ଷଣାବେକ୍ଷଣ ପାଇଁ ବାରମ୍ବାର ପ୍ରଶାସନ କୁ ଜଣାଇବା ସତ୍ୱେ କୌଣସି ପଦକ୍ଷେପ ନେଉନଥିବା ପଡାବାସୀ ପ୍ରକାଶ କରୁଛନ୍ତି। କରୋନା ଯୋଗୁ ଅଙ୍ଗନୱାଡି ପରି ସ୍କୁଲ ବନ୍ଦ ରହିଥିବା ବେଲେ ସୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି। ହେଲେ ଉକ୍ତ ଅଙ୍ଗନୱାଡିକୁ ଯିବାଆସିବା ରେ ପକ୍କା ରାସ୍ତା ଟିଏ ନଥିବା ବେଲେ ପରିସର ଶୋଚନୀୟ ହୋଇ ରହିଛି। କେନ୍ଦ୍ରରେ ଥିବା ନଲକୂପ ପାଣି ଫ୍ଲୋରାଇଡ଼ ଯୋଗୁ ନଳକୂପ ଜଳ ବ୍ୟବହାର କରୁ ନଥିବା ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଏହି କେନ୍ଦ୍ରର ସମସ୍ୟା ଏହାର ସମାଧାନ କରା ନଯାଏ ତେବେ ରାଜରାସ୍ତାକୁ ଉଲ୍ଲାଇବାକୁ ଦୁର୍ଯୋଧନ ମହାନନ୍ଦ, ଜୟଦେବ ସାଗର, ବିବେକାନନ୍ଦ ସମସ୍ତେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.