ନୂଆପଡ଼ା ରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଗ୍ରାମ ପଞ୍ଚାୟତ ହିରାପୁର ବରଗଛ ଛକ୍ ଠାରୁ ଲେବଡି ଓ ଖିପ୍ରିମାଲ ରାସ୍ତା ଶୌଚନିୟ ଅବସ୍ଥା ରହିଥିବା ବେଲେ ପକ୍କା ରାସ୍ତା କରିବାକୁ ସ୍ଥାନୀୟ ଲୋକେ ଦାବୀ କରୁଛନ୍ତି। ପ୍ରକାଶଯୋଗ୍ୟ ଯେ ସିନାପାଲି ବ୍ଲକ ସ୍ଥିତ ହିରାପୁର ବରଗଛ ଛକ୍ ଠାରୁ ଲେବଡି ଓ ଖିପ୍ରିମାଲ ରାସ୍ତା ବହୁ ବର୍ଷ ଧରି କାଦୁଅ ରେ ଖାଲଖମା ହୋଇଥିବା ବେଳେ ସ୍ଥାନୀୟ ଲୋକେ ଯାତାୟାତ କରିବାରେ ବହୁ ଅସୁବିଧା ର ସମ୍ମୁଖିନ ହେବାକୁ ପଡୁଛି। ବିଭିନ୍ନ ସମୟରେ ଛୋଟ ଛୁଆପିଲା ଠାରୁ ଆରମ୍ଭ କରି ବୁଢାବୁଢି ଯାତାୟାତ କରୁଥିବା ବେଲେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିବା ସ୍ଥାନୀୟ ଲୋକେ ପ୍ରକାଶ କରୁଛନ୍ତି। ଏନେଇ ବାରମ୍ବାର ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନ କୁ ଜଣାଇବା ସତ୍ୱେ କୌଣସି ସୁଫଳ ମିଲୁନଥିବା ସ୍ଥାନୀୟ ଟିକମଣି ବନ୍ଦିଚୋର, ରୁଦନେ ବନ୍ଦିଚୋର, ଶୁକାନ୍ତି ବନ୍ଦିଚୋର, ନିଲେନ୍ଦ୍ରି ବନ୍ଦିଚୋର, ଉପେନ୍ଦ୍ର ବନ୍ଦିଚୋର, କୁଲମଣି ବନ୍ଦିଚୋର, ଉର ବନ୍ଦିଚୋର, ମହେନ୍ଦ୍ର ବନ୍ଦିଚୋର, ରାଜ କୁମାର ବନ୍ଦିଚୋର, ସମେତ ଅନେକ ଲୋକ ଅଭିଯୋଗ କରୁଥିବା ବେଲେ ତୁରନ୍ତ ପକ୍କା ରାସ୍ତା କରିବାକୁ ଦାବୀ କରିଛନ୍ତି। ଏନେଇ ସିନାପାଲି ବିଡିଓ ସଦାଶିବ ନାୟକଙ୍କୁ ଜଣାଇବାରୁ ଖୁବ ଶୀଘ୍ର ସୁବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ଦୁଷ୍ଟି ଦେବକୁ ଦାବୀ ହେଉଛି।
Sign in
Sign in
Recover your password.
A password will be e-mailed to you.