ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ଲାଲ ବାହାଦୂର ଶାସ୍ତ୍ରୀ ହାଇସ୍କୁଲ ପରିସରରେ ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ଗୌଡଙ୍କ ସଭାପତିତ୍ଵରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଅକାଳ ବିୟୋଗରେ ମୃତ୍ୟୁବରଣ କରିଥିବା କିଶ୍ଵର ଚନ୍ଦ୍ର ଦାଶଙ୍କ ଉଦ୍ଦେଶ୍ୟରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। । ସଂଘର ସମ୍ପାଦକ ସୌମ୍ୟରଞ୍ଜନ ଦାଶ ଓଷ୍ଠାର ବିଭିନ୍ନ କାର୍ଯ୍ୟକ୍ରମ ଓ ସଙ୍ଗଠନକୁ ସୁଦୃଢ କରିବାକୁ କର୍ମକର୍ତ୍ତାଙ୍କୁ ନିବେଦନ କରିଥିଲେ।
ଜିଲ୍ଲା କାର୍ଯ୍ୟକାରୀ ସଭାପତି ଚିତ୍ତରଞ୍ଜନ ପଣ୍ଡାଙ୍କ ସମେତ କର୍ମକର୍ତ୍ତା ମାନେ ଗତ ୪/୧୦ରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କୁ ସାକ୍ଷାତ କରି ଶିକ୍ଷକ ମାନଙ୍କର ସମସ୍ୟା ଓ ନୂତନ ଅନୁଦାନପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାନଙ୍କ ବକେୟା ଦରମା ସମ୍ପର୍କରେ ଆଲୋଚନା କରିଥିବା ଓ ଶିିଘ୍ର ଏହାର ସମାଧାନ କରାଯିବ ବୋଲି ଶିକ୍ଷାଧିକାରୀ ପ୍ରତିଶୃତି ଦେଇଥିବା ଶ୍ରୀପଣ୍ଡା ବୈଠକରେ ଉପସ୍ଥାପନା କରିଥିଲେ।ଏହି ଅବସରରେ ବ୍ଲକରୁ କିଛି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଶେଷରେ ଶିକ୍ଷକ ସଞ୍ଜିବ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.