ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ,ଗଜପତି ଆନୁକୁଲ୍ୟରେ ସ୍ଥାନୀୟ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ତର୍ଜାତିକ କନ୍ୟା ଦିବସ ପାଳନ

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଏକ କନ୍ୟା ସନ୍ତାନ ସଚେତନତା କର୍ମଶାଳା ଏବଂ ଆଲୋଚନା ଚକ୍ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ଜତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ଜିଲ୍ଲା ସଂଯୋଜକ ସାତ୍ମିକ କୁମାର ପଟ୍ଟନାୟକ , ବକ୍ତା ଭାବେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଅନ୍ୟତମ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ,ଗଜପତି ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦାନ କରି ଆତ୍ମ ନିର୍ଭରଶୀଳ ଭାରତ ବର୍ଷର ଆହ୍ଵାନକୁ ସାକାର କରିବାପାଇଁ କନ୍ୟା ସନ୍ତାନ ମାନଙ୍କ ପ୍ରମୁଖ ଦାୟୀତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ବୁଝାଇ ଥିବାସହ ସାମଗ୍ରିକ ବିକାଶ ଦୃଷ୍ଟିରୁ କନ୍ୟା ସନ୍ତାନର ଭୂମିକା ଯଥେଷ୍ଟ ରହିଛି କହିଥିଲେ। ଏହି ଅବସରରେ ଜି.ଲକ୍ଷ୍ମୀ ତରାୟୁ , ଇନ୍ଦିରା ପାଢ଼ୀ , ସନ୍ତୋଷିନୀ ନନ୍ଦ ପ୍ରଭୃତି ଯୋଗଦାନ କରି କନ୍ୟା ସନ୍ତାନର ସୁରକ୍ଷା “କନ୍ୟା ରତ୍ନ ରଖ ଯତ୍ନ” ଉପରେ ଆଲୋକ ପାତ କରିଥିଲେ।

Leave A Reply

Your email address will not be published.