ପଦ୍ମପୁର ସହରରେ ସମବାୟ ଆପଣଙ୍କ ଦ୍ଵାରଦେଶରେ କାର୍ଯ୍ୟକ୍ରମ 

0

ପଦ୍ମପୁର ସହରରେ ସମବାୟ ଆପଣଙ୍କ ଦ୍ଵାରଦେଶରେ କାର୍ଯ୍ୟକ୍ରମ 
ପଦ୍ମପୁର/Nila Deep : ରାଜ୍ୟ ସରକାର ଭୂମିହୀନ, ଭାଗଚାଷୀ, କ୍ଷୁଦ୍ରଚାଷୀ ଓ ନାମ ମାତ୍ର ଚାଷୀ ମାନଙ୍କୁ ଆନୁଷ୍ଠାନିକ ୠଣ ପ୍ରଦାନ ନିମନ୍ତେ ଏକ ବିସ୍ତୃତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ “ସମବାୟ ଆପଣଙ୍କ ଦ୍ବାରଦେଶରେ” କାର୍ଯ୍ୟକ୍ରମଟି ପଦ୍ମପୁର ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ ପ୍ରିତମ ମେହେରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଦିଲ୍ଲିପ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା କେନ୍ଦ୍ରିୟ ସମବାୟ ବ୍ୟାଙ୍କ ପଦ୍ମପୁର ଶାଖାର ଶାଖା ପରିଚାଳକ ଶ୍ରୀଯୁକ୍ତ ଚୁଡାମଣି ବୁଡେକ, ସମବାୟ ସମିତି ପରିଚାଳନା କମିଟିର ବୋର୍ଡ ସଦସ୍ୟ ଶ୍ରୀଯୁକ୍ତ ସତ୍ୟନାରାୟଣ ଦାସ,ସାଧୁଚରଣ ରଣା,ଦିଲ୍ଲିପ କୁମାର ଦାନୀ ପ୍ରମୁଖ ମଞ୍ଚାସିନ ଥିଲେ ।ଏହି ସଭାରେ ଚାଷୀ ମାନେ କିପରି ସମବାୟ ସମିତି ସହ ଯୋଡ଼ିହୋଇ ଚାଷ କ୍ଷେତ୍ରରେ ଲାଭବାନ ହେବେ ସେ ସମ୍ପର୍କରେ ଶାଖା ପରିଚାଳକ ଶ୍ରୀ ବୁଡେକ ଆଲୋକପାତ କରିଥିଲେ ।ଏହି ସଭାରେ ଶତାଧିକ ଚାଷୀ ଯୋଗଦାନ କରି କୄଷି ବୀମା ସମ୍ପର୍କୀତ ତଥ୍ୟ ଉପରେ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମ ରେ ସମବାୟ ସମିତିର ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ ଷାଣ୍ଢ ଅତିଥି ପରିଚୟ ପ୍ରଦାନ କରିଥିବା ବେଲେ  ସୁନିଲ ମାଝୀ,ଆଶାନ କାନୁନଗୋ,ନିରୋଜ ଚିରଗୁନ ପରିଚାଳନାରେ ସହଯୋଗ କରିଥିଲେ । ଶତାଧିକ ଚାଷୀ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସହ ସମ୍ପାଦକ ଶ୍ରୀଯୁକ୍ତ ରାଜେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.