ରକ୍ତଦାନ ଶିବିର ମାଧ୍ୟମରେ କ୍ରମାଗତ ଭାବରେ ଜନସେବା ଜାରି ରଖିଛି ଓଡିଶା ମୋ ପରିବାର :- ଭୋଜରାଜ ସିଂ ବରିହା

0 2

ଅତାବିରା ରେ ମେଗା ରକ୍ତଦାନ ଶିବିର ,144 ୟୁନିଟ ରକ୍ତ ସଂଗ୍ରହ

ରକ୍ତଦାନ କୁ ଯୁବସମାଜ , ସେବା ସହିତ କର୍ତ୍ତବ୍ୟ ବୋଲି ଭାବିବା ଉଚିତ :- ପ୍ରଦ୍ୟୁମ୍ନ ତ୍ରିପାଠୀ

ବରଗଡ :- ରକ୍ତଦାନ ହେଉଛି ଜୀବନ ଦାନ । ଆବଶ୍ୟକତା ସମୟରେ ରୋଗୀଙ୍କୁ ଯେମିତି ରକ୍ତ ପାଇଁ ଅସୁବିଧା ଭୋଗିବାକୁ ନପଡ଼େ ସେଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କର ପ୍ରତାକ୍ଷ ମାର୍ଗଦର୍ଶନ ରେ ବିଜୁ ଜନତା ଦଳର ଓଡିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରର ଅୟୋଜନ କରାଯାଉଛି । ଏହି କ୍ରମରେ ବରଗଡ଼ ଜିଲ୍ଲା ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ , ବିଧାୟିକା ଶ୍ରୀମତୀ ରିତା ସାହୁ ଓ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କର ପ୍ରତାକ୍ଷ ତତ୍ୱବାଧାନ ରେ ତଥା ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଙ୍କର ଉଦ୍ୟମରେ , ଜିଲ୍ଲାର ବିଭିନ୍ନ ସ୍ଥାନରେ ନିୟମିତ ଭାବରେ ରକ୍ତଦାନ ଶିବିରର ଅୟୋଜନ କରାଯାଇ ରକ୍ତ ଭଣ୍ଡାର ଗୁଡିକରୁ ରକ୍ତର ଅଭାବକୁ ଦୂର କରିବା ପାଇଁ ପ୍ରୟାସ ଜାରି ରହିଛି ।

ଏହି କ୍ରମରେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ବିଜୁ ଜନତା ଦକର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଙ୍କ ପରାମର୍ଶ କ୍ରମେ ଓ ଓଡ଼ିଶା ମୋ ପରିବାର ର ସଂଯୋଜକ ଗୌରହରି ମିଶ୍ର ଙ୍କ ଉପସ୍ଥିତି ରେ ପାଇକମାଳ ବ୍ଲକ ଅନ୍ତର୍ଗତ ମାଣ୍ଡିଆଢିପା ପଞ୍ଚାୟତ ଅଫିସ ପ୍ରାଙ୍ଗଣ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ବିଜୁ ଯୁବ ଜନତଦଳ ବରଗଡ଼ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ଉଦିୟମାନ ଯୁବନେତା ଶ୍ରୀ ଭୋଜରାଜ ସିଂ ବରିହା ଶିବିର କୁ ଉଦଘାଟନ କରିଥିଲେ । ପଦ୍ମପୁର ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ପ୍ରିତମ ମେହେର , ବିଜୁ ଜନତା ଦଳ ପାଇକମାଳ ବ୍ଲକ ସଭାପତି ରାଜେନ୍ଦ୍ର ରାଉତ , ବିଜୁ ଯୁବ ଜନତାଦଳ ପାଇକମାଳ ବ୍ଲକ ସଭାପତି ଗୌତମ ସିଂ , ପାଇକମାଳ ବ୍ଲକ ଅଧ୍ୟକ୍ଷ ଅଲତାବ ମହମ୍ମଦ , ବିଜୁ ମହିଳା ଜନତାଦଳ ପାଇକମାଳ ବ୍ଲକ ସଭାନେତ୍ରୀ ତଥା ମାଣ୍ଡିଆଢିପା ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ କୁମାରୀ ବରିହା , ଭୈରବ ସେଠ ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତଦାନ ଶିବିରକୁ ପଦ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ମାନେ ସୁଚାରୁ ରୁପେ ପରିଚାଳନା କରିଥିବାବେଳେ ସମସ୍ତ ରକ୍ତଦାତା ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ସମ୍ମାନିତ କର ଯାଇଥିଲା । ଏହି ଅବସର ରେ ଜିଲ୍ଲା ଯୁବ ଜନତା ଦଳର ସଭାପତି ଯୁବସମାଜ ରକ୍ତଦାନ କରିବା ପାଇଁ ସର୍ବଦା ଆଗଭର ହେବା ଉଚିତ । ରକ୍ତଦାନ କରିବା ଦ୍ୱାରା ପ୍ରତାକ୍ଷ ଭାବରେ ଲୋକଙ୍କ ସେବା କରାଯାଇ ପାରିବ । ରକ୍ତଦାନ କୁ ଯୁବସମାଜ , ସମାଜ ପ୍ରତି ନିଜର କର୍ତବ୍ୟ ବୋଲି ଭାବିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ଉପସ୍ଥିତ ଅତିଥି ମାନଙ୍କର ଦ୍ୱାରା ଯୁବ ସମାଜ କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରାଯାଇଥିଲା ।
ସେହିଭଳି ଅତାବିରା ଠାରେ ବରଗଡ଼ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ଼ , ଶିକ୍ଷକ ସଂଘ , ଓଡ଼ିଶା ମୋ ପରିବାର ଅନୁକୂଲ୍ୟ ରେ ଅତାବିରା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ,ବ୍ଲକ ଶିକ୍ଷା ବିଭାଗ ଦ୍ଵାରା ଏକ ମେଗା ରକ୍ତଦାନ ଶିବିରର ଅୟୋଜନ କରାଯାଇଥିଲା । ଏହି ଶିବିରକୁ ବିଜୁ ମହିଳା ଜନତା ଦଳର ଅଧ୍ୟକ୍ଷା ତଥା ମାନ୍ୟବର ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଉଦ୍ଘାଟନ କରିଥିଲେ । ଏହି ମେଗା ରକ୍ତଦାନ ଶିବିରରେ ସମୁଦାୟ 144 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏତେ ପରିମାଣରେ ଲୋକେ ସ୍ୱେଚ୍ଛାକୃତ ଭାବରେ ଶିବିରକୁ ଆସି ରକ୍ତଦାନ କରିଥିବାରୁ ଶ୍ରୀମତୀ ଛୁରିଆ ଓ ଶ୍ରୀ ମିଶ୍ର ସମସ୍ତ ରକ୍ତ ଦାତା ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.