ପଦ୍ମପୁର(ଶାସକପ୍ରଶାସକ)-ଚକାଚକ୍ ସ୍କୁଲ,ଚକାଚକ୍ ଖେଲପଡିଆ ଉଚ୍ଚ ମାନର ଶିକ୍ଷା ବ୍ୟବସ୍ଥା ଫାଇବଟି ଅଧିନରେ ଗାଇସିଲେଟ ବ୍ଲକ ଗୁଦେରପାଲି ବାପୁଜୀ ଉଚ୍ଚ ବିଦ୍ୟାଳୟ ରୁପାନ୍ତର ହୋଇଛି। ସ୍ମାର୍ଟ୍ କ୍ଳାସ,ଇ-ଲାବ୍ରୋଟାରୀ, ଆଧୁନିକ ବିଜ୍ଞାନଗାର।ଆଗ ରୁ ଆବଦ୍ଧ ଶ୍ରେଣୀ କୋଠରୀ ରେ ଛାତ୍ର ଛାତ୍ରୀ ପାଠ ପଢିଥିଲେ।ଏବେ ବିଦ୍ୟାଳୟ ର ଚିତ୍ର ବଦଲି ଯାଇଛି। ସରକାରୀ ବେସରକାରୀ ବିଦ୍ୟାଳୟ ମଧ୍ୟ ରେ କିଛି ଫରକ ନାହିଁ।ଗୁଦେରପାଲି ଉଚ୍ଚବିଦ୍ୟାଳୟ ର ଛାତ୍ର ଛାତ୍ରୀ ଦ୍ରବଣ ରୁ ଦ୍ରବ କୁ ଅଲଗା କରିପାରିଛନ୍ତି।ଅର୍ଥାତ ଲୁଣ ପାଣିରୁ ଲୁଣ ପାଇବାକୁ ହେଲେ ବାସ୍ପିଭବନ ପ୍ରକ୍ରିୟା ଦ୍ବାରା ପୃଥକ କରାଯାଇପାରିବ।ଯାହାକି ଛାତ୍ରୀ ଛାତ୍ରୀ ପ୍ରଥମ କରି ଇ-ଲାବ୍ରୋଟାରୀ ରେ ପରୀକ୍ଷା ଦ୍ଵାରା ପ୍ରମାଣ କରିପାରିଛନ୍ତି।ତାହା ସହ ଆଲୋକ ର ପ୍ରତିଫଲନ ଏବଂ ପ୍ରଥମ କରି ମାଇକ୍ରୋସ୍କୋବ ବ୍ୟବହାର କରି ଅଣୁ ଜିବ ମାନଙ୍କ ଶ୍ଳାଇଷ୍ଟ ଚିହ୍ନଟ କରିବା ସହ ଷ୍ଟଡି କରିଛନ୍ତି।ଆଗରୁ ଛାତ୍ରୀ ଛାତ୍ରୀ ବିଜ୍ଞାନ ବହିରେ ଥିବା ବିଭିନ୍ନ ଯନ୍ତ୍ର କୁ ଛବି ବା ଚାର୍ଟ ମଧ୍ୟମ ରେ ଦେଖୁଥିଲେ ଏବଂ ପାଠ ପଢୁଥିଲେ ବର୍ତ୍ତମାନ ବିଦ୍ୟାଳୟ ଟି ରୁପାନ୍ତର ହେବା ଦ୍ବାରା ଇ-ଲାଵ୍ରୋଟାରୀ ରେ ଛାତ୍ରଛାତ୍ରୀ ପ୍ରଥମ କରି ଆଧୁନିକ ମେସିନ ସାହାଯ୍ୟରେ ପାଠ ପଢୁଛନ୍ତି ।ଏହି ସମୟରେ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରମଣି ସାହୁ ମଧ୍ୟ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ ସହ ନିଆରା ଅନ୍ଦାଜ ରେ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳିଛି। ଛାତ୍ର ଛାତ୍ରୀ ମଧ୍ୟ ଖୁସିରେ ପାଠ ପଢ଼ୁଛନ୍ତି। ଛାତ୍ର ଛାତ୍ରୀ ମାନ୍ଯବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.