ବାରିପଦା/ସାରସକଣା : (ବନବିହାରୀ ମହାପାତ୍ର) : ସାରସକଣା ବ୍ଲକ୍ରେ ଥିବା ୫ଟି ସ୍କୁଲକୁ ପରିଦର୍ଶନ କଲେ ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ । ସୂଚନା ମୁତାବକ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର, ବି.ଡି.ଓ ଏବଂ ବିଭାଗୀୟ ଅଧିକାରୀ ପ୍ରଥମେ ଦକ୍ଷିଣବାଦୀ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ ପରେ ଶୀର୍ଷାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟର ତଦାରଖ କରିଥିବା ସହିତ ବିଦ୍ୟାଳୟ ପରିସରର ପାଣିକୁ ଡ୍ରେନେଜ୍ ବ୍ୟବସ୍ଥା ନଥିବା ଦେଖି ବିରକ୍ତ ଭାବ ପ୍ରକାଶ କରିଥିଲେ । ସେଠାରୁ ବାହାରି ପୋଖରୀଆ ପଂଚାୟତର ଖେରଣା ଗ୍ରାମରେ ରହିଥିବା ଇଶ୍ୱରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟରେ ନିର୍ମାଣ ହୋଇଥିବା ଡିଜିଟାଲ୍ ଶ୍ରେଣୀ ଗୃହର ମୋଡେଲ ବୁଲି ଦେଖିଥିଲେ ଓ ବିଜ୍ଞାନ ପରୀକ୍ଷାଗାର କୁ ଯାଇଥିଲେ । ସେଠାରେ ଯନ୍ତ୍ରପାତି ଭଗ୍ନ ଅବସ୍ଥାରେ ଦେଖି ଭଗ୍ନ ସାମଗ୍ରୀକୁ ତୁରନ୍ତ ବଦଳାଇବାକୁ ନିର୍ଦେଶ ଦେଇଥିଲେ । ପିଲାମାନଙ୍କର ପାଠ ପଢିବା ପାଇଁ ସୁବ୍ୟବସ୍ଥା ହେଉଅଛି କି ନାହିଁ ପଚାରି ବୁଝିଥିଲେ । ୫-ଟି ମାଧ୍ୟମରେ ଆସୁଥିବା ଅନୁଦାନକୁ ନଷ୍ଟ କରିବାକୁ ଚେଷ୍ଟା କରନ୍ତୁ ନି ବୋଲି ରୋକ୍ ଠକ୍ କହିଥିଲେ ଏବଂ ଛାତ୍ର ଛାତ୍ରୀମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ମଧ୍ୟ କହିଥିଲେ । ସରକାର ସହାୟତା କରୁଛନ୍ତି ତାହାକୁ ଲକ୍ଷ୍ୟ କରିସଦ୍ଉପଯୋଗ କରନ୍ତୁ । ଶେଷରେ ଯୋକାସ୍ଥିତ ଯୋକେଶ୍ୱର ଉଚ୍ଚ ବିଦ୍ୟାଳୟ ପହଂଚି ସରକାର ଯେଉଁ ଆଭିମୁଖ୍ୟ ନେଇ ସ୍କୁଲ ଗୁଡିକର ନବୀକରଣ କାରଇବାକୁ ପଦକ୍ଷେପ ନେଇଛନ୍ତି ତାହାକୁ ତତ୍ୟବଧାନ କରି ସଠିକ୍ କାର୍ଯ୍ୟ କରିଦେଖାନ୍ତୁ ବୋଲି କହିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ଫଳରେ ସ୍କୁଲର ଶିକ୍ଷକମାନଙ୍କ ଭିତରେ ଆଲୋଡନ ଦେଖିବାକୁ ମିଳିଥିଲା ।
Sign in
Sign in
Recover your password.
A password will be e-mailed to you.