ପଦ୍ମପୁର(ଶାସକପ୍ରଶାସକ): ପଦ୍ମପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଳୀଚରଣ ଦୁବେଙ୍କ ସଭାପତିତ୍ବରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀ ଏବଂ ଭାରତରର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଭୋଇ ସମସ୍ତଙ୍କୁ ସ୍ବାଗତ କରିଥିବାବେଳେ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦାଶ ଏହି ଦିବସର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ । ଛାତ୍ରୀମାନଙ୍କୁ ସତପଥରେ ଅଗ୍ରସର ହେବାକୁ ଶିକ୍ଷକ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ସ୍ଵରଚିତ କବିତା ଆବୃତ୍ତି ମାଧ୍ୟମରେ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସାହୁ, ଶ୍ରୀମତୀ ନିଳୀମା ରାଣୀ ମହାନ୍ତି, ଶ୍ରୀମତୀ ପ୍ରଭାତୀ ପଟ୍ଟନାୟକ, ଶ୍ରୀମତୀ ବାସନ୍ତୀ ସାହୁ, ଶିକ୍ଷକ ଚିନ୍ତାମଣି ସାହୁ, ଚୌଧୁରୀ ଜୀବନାନନ୍ଦ ସାହୁ, ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଚୌହାନ ଓ ଶ୍ରୀ ଦିପ୍ତୀରଞ୍ଜନ ମଲ୍ଲିକ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶିକ୍ଷା କର୍ମଚାରୀ ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ସହଯୋଗ କରିଥିଲେ । ପରିଶେଷରେ ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.