ବୋଡାସମ୍ବର ଅଂଚଳରେ ମହାବିଦ୍ୟାଳୟ ଗୁଡିକରେ ସ୍ନାତକ ପ୍ରଥମ ବର୍ଷ ରେ ନାମଲେଖାରୁ ବଂଚିତ ଛାତ୍ରଛାତ୍ରୀ

0

ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ବରିଷ୍ଠ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା

ବରଗଡ ‘- ଇତି ମଧ୍ୟରେ ଡିଗ୍ରୀ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଶେଷ ହୋଇ ଯାଇଛି । ଚଳିତ ବର୍ଷ ନାମ ଲେଖା ପାଇଁ ମହାବିଦ୍ୟାଳୟ ଗୁଡିକରେ କଳା ଓ ବିଜ୍ଞାନ ବିଷୟର କଟଅଫ ମାର୍କ ସବୁ ବିଷୟରେ ଅଧିକା ଥିବା କାରଣରୁ ସାରା ଓଡ଼ିଶାର ବହୁ ଛାତ୍ରଛାତ୍ରୀ ନାମ ଲେଖାଇ ପାରି ନାହାନ୍ତି । ସେହିଭଳି ପଦ୍ମପୁର ର ଅଂଚଳ ମହାବିଦ୍ୟାଳୟ ଓ ଉପଖଣ୍ଡ ର ଅନ୍ୟାନ୍ୟ ମହାବିଦ୍ୟାଳୟ ଗୁଡିକରେ ବହୁ ଛାତ୍ରଛାତ୍ରୀ ନାମ ଲେଖାରୁ ବଂଚିତ ହୋଇଛନ୍ତି । ଏହି ପରିସ୍ଥିତି କୁ ଗୁରୁତର ସହିତ ନେଇ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ାକ୍ତର ଅରୁଣ ସାହୁ ଙ୍କୁ ପତ୍ର ଲେଖି ମହାବିଦ୍ୟାଳୟ ଗୁଡିକରେ ଅଧିକ ସିଟ ସମ୍ପ୍ରସାରଣ କରିବାକୁ ଅନୁରୋଧ କରିଛନ୍ତି । ଯାହାଫଳରେ ଅଂଚଳର ଛାତ୍ରଛାତ୍ରୀ ସହଜରେ ନାମ ଲେଖାଇ ଉଚ୍ଚ ଶିକ୍ଷା ପାଇ ପାରିବେ । ଅଂଚଳ କଲେଜ ହେଉଛି ପଦ୍ମପୁର ଉପଖଣ୍ଡ ଓ ପଶ୍ଚିମ ଓଡ଼ିଶାର ଏକ ସୁନାମଧନ୍ୟ ପ୍ରତିଷ୍ଠାନ । ଯେଉଁଠାରେ କି କଳା , ବିଜ୍ଞାନ , ବାଣିଜ୍ୟ ତଥା ଧନ୍ଦାମୂଳକ ଶିକ୍ଷା ର ବ୍ୟବସ୍ଥା ରହିଛି । ଯାହାଫଳରେ କି ଏହି ଅଂଚଳର ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ଲାଭକାରୀ ରାଜ୍ୟ ତଥା ଦେଶର ସେବା କରିବାରେ ତଥା ଅଂଚଳର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରି ଆସିଛନ୍ତି ତେଣୁ ଏହି ଅଂଚଳର ଶିକ୍ଷା ର ବିକାଶକୁ ଗୁରୁତ୍ୱ ପ୍ରଦାନ କରୀ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ମାନ୍ୟବର ମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.