ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ସୀମାନ୍ତବର୍ତ୍ତୀ ଗାଇସିଲାଟ ଥାନା ଅଂଚଳରୁ ଆସିଛି ଏକ କଙ୍ଗାରୁ କୋର୍ଟର ଦୃଶ୍ୟ । ଯେଉଁଠି ଚାରି ଜଣ ଯୁବକଙ୍କୁ ଚୋରି ଅଭିଯୋଗରେ ଗାଁ ଦାଣ୍ଡରେ ଖୁଣ୍ଟରେ ବାନ୍ଧିବା ସହ ସେମାନଙ୍କ ହାତକୁ ବାନ୍ଧି ଗାଁ ଦାଣ୍ଡରେ ବୁଲା ଯାଉଥିବାର ଭିଡିଓ ସାମନାକୁ ଆସିଛି । ଗାଇସିଲାଟ ଥାନା ରାଇସଲପଦର ଗାଁରେ ଚାଷ ଜମିର ମୋଟର ପମ୍ପ ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟ କରି ଗ୍ରାମବାସୀ ଚାରି ଜଣ ଯୁବକଙ୍କୁ ଦଣ୍ଡିତ କରିବା ଭିଡିଓ ସାମନାକୁ ଆସିଛ ସେହି ଚାରି ଜଣ ଯୁବକଙ୍କୁ ଗାଁ ଦାଣ୍ଡର ଖୁଣ୍ଟରେ ବାନ୍ଧି ଅପମାନିତ କରାଯାଇଛି ଏବଂ ପରେ ଆହୁରି ଅପମାନିତ କରିବା ପାଇଁ ତଥା ଦଣ୍ଡିତ କଲା ପରି ସେହି ଚାରି ଜଣ ଯୁବକଙ୍କ ହାତକୁ ଦଉଦିରେ ବାନ୍ଧି ଗାଁ ସାରା ବୁଲାଇଛନ୍ତି । ବର୍ତମାନ ସମୟରେ ଲୋକ ମାନେ ଆଇନକୁ ହାତକୁ ନେବା ସହ କଙ୍ଗାରୁ କୋର୍ଟରେ ଦଣ୍ଡିତ କରିବା ପୋଲିସ ପ୍ରଶାସନ ଉପରେ ଭରସା ନଥିବା ଭଲି ମନେ ହେଉଛି । ଏଭଲି ଭାବରେ କଙ୍ଗାରୁ କୋର୍ଟରେ ଦଣ୍ଡିତ କଲାପରେ ଗ୍ରାମବାସୀ ଗାଇସିଲାଟ ପୋଲିସକୁ ଖବର କରି ଚୋର ମାନଙ୍କୁ ପୋଲିସ ହାତରେ ଦେଇଛନ୍ତି । ଏହି କଙ୍ଗାରୁ କୋର୍ଟରେ ଦଣ୍ଡିତ କଳା ଭିଡିଓ ଏବେ ଗାଇସିଲାଟ ଓ ପଦ୍ମପୁର ଅଂଚଳରେ ଘୁରି ବୁଲୁଛି । ଗାଇସିଲାଟ ପୋଲିସ କହିବା ମୁତାବକ ସେହି ଚାରିଜଣ ବ୍ୟକ୍ତିଙ୍କ ପାଖରୁ କିଛି ଚୋରୀ ସାମଗ୍ରୀ ଜବତ କରାଯାଇଛି । ହେଲେ ଏପରି ଗାଁ ଦାଣ୍ଡରେ ଲୋକଙ୍କୁ ଦଣ୍ଡିତ କରିବା ଭଳି କୁପ୍ରଥା କେବେ ବନ୍ଦ ହେବ ତାହା ଚିନ୍ତାର ବିଷୟ ପାଲଟିଛି ।
Sign in
Sign in
Recover your password.
A password will be e-mailed to you.
Next Post