କାଦୁଅ ପଚପଚ ରାସ୍ତାରେ ଘରଘର ବୁଲି ଭତା ବଣ୍ଟନ କଲେ ଉପଜିଲ୍ଲାପାଳ।

0

23-07-18-sub-collector.gif - 324.60 kB

ବଣାଇ/ ସୁଶାନ୍ତ ବେହେରା : ଲୋକଙ୍କ ପାଖକୁ ଯାଇ ଭତା ନିଜେ ଉପଜିଲ୍ଲାପାଳ ବାଣ୍ଟିଲେ | ଘର ପାଖରେ ଅଫିସରଙ୍କୁ ପାଇଁ ହିତାଧିକାରୀ ବି ଖୁସି | ଯଦିଓ ସେମାନେ ବିଶ୍ୱାସ କରି ପାରୁ ନଥିଲେ, ହେଲେ ତାହା  ସତ ଥିଲା, ନିଜେ ଉପଜିଲ୍ଲାପାଳ ଆସି ସେମାନଙ୍କୁ ନିଜ ହାତରେ ଭତ୍ତା ଦେଉଛନ୍ତି | 

ବଣାଇ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ଘୁଷୁରା, ଶିବନାଥପୁର,ଏବଂ କାଦଡ଼ିହି ଗ୍ରାମରେ ଥିବା ଭତାଧିକାରୀ ଙ୍କୁ କାଦୁଅ ସର ସର ରାସହାରେ ଯାଇ ଲୋକଙ୍କୁ ଭେଟି ଘର ଘର ବୁଲି ଆଜି ବଣେଇ ଉପଜିଲ୍ଲାପାଳ ୟେଦୁଲ୍ଲା ବିଜୟ ଭତା ବଣ୍ଟନ କରିଥିବାର ସୂଚନା ମିଳିଛି। ତାଙ୍କର ଏହି ପଦକ୍ଷେପକୁ ସ୍ୱାଗତ ଯୋଗ୍ୟ ପଦ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ତଳସ୍ତରର ଅଧିକାରୀ ଓ କର୍ମଚାରୀଙ୍କ ଉପରେ ଏହାର କିଛି ପ୍ରଭାବ ପଡିବ ବୋଲି ବିଦ୍ଧିଜୀବି ମହଲରେ ଚର୍ଚା ହେଉଛି | 

Leave A Reply

Your email address will not be published.