ବୀମା ଜାଲିଆତି ଅଭିଯୁକ୍ତଙ୍କୁ କାର୍ଯ୍ୟାନୁଷ୍ଠାନ ବଦଳରେ ସୁରକ୍ଷା ଦେଉଛି ଗାଇସିଲାଟ ପୋଲିସ !!

0 1

ପଦ୍ମପୁର(ଶାସକପ୍ରଶାସକ)- ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିପୂରଣ ପାଇବା ପାଇଁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଫସଲ ବୀମା କରିଥାନ୍ତି । ହେଲେ ଚଲିତ ବର୍ଷ କିଛି ଅସାଧୁ ବ୍ୟକ୍ତି ଓ ଅସାଧୁ ସିଏସସି ମାନେ ମିଶି ଫସଲ ବୀମା ଟଙ୍କା ହଡ଼ପ କରିବା ପାଇଁ ଅନ୍ୟ ଲୋକଙ୍କ ଜମିରେ ଅନଲାଇନ ମାଧ୍ୟମରେ ଫସଲ ବୀମା ପ୍ରିମିୟମ ଦେଇଛନ୍ତି । ଏଭଲି ଏକ ଘଟଣା ଦେଖିବାକୁ ମିଲିଛି ଗାଇସିଲାଟ ଥାନା କେନ୍ଦୁମାଲ ଗ୍ରାମରେ । କେନ୍ଦୁମାଲ ଗ୍ରାମର ଦୁ୍ଯ୍ୟୋଧନ ସାହୁ ଫସଲ ବୀମା ପ୍ରିମିୟମ କରିବା ପାଇଁ ଯାଇଥିଲେ ହେଲେ ତାଙ୍କ ଜମିରେ ଅନ୍ୟଜଣେ ବ୍ୟକ୍ତି ଆଗରୁ ଫସଲ ବୀମା କରିଥିବା ସୂଚନା ପାଇଥିଲେ ଏବଂ ତଦନ୍ତ କରି ଜାଣିବାକୁ ପାଇଥିଲେ କି ଗାଇସିଲାଟ ଥାନା ରାଇସଲପଦର ଗାଁର ବାସନ୍ତୀ ସାହୁ ନାମକ ଜଣେ ମହିଳା ଦୁର୍ଯ୍ୟୋଧନ ସାହୁଙ୍କ କେନ୍ଦୁମାଲ ମୌଜାର ୧୧ ନମ୍ବର ଖାତିରେ ଆଗୁଆ ଫସଲ ବୀମା କରିଛନ୍ତି ,ଦେଖିବାକୁ ଗଲେ ଦୁର୍ଯ୍ୟୋଧନ ଓ ବାସନ୍ତୀଙ୍କ କୌଣସି ସମ୍ପର୍କ ନୁହଁନ୍ତି କିମ୍ବା ଭାଗଚାଷୀ ମଧ୍ୟ ନୁହନ୍ତି । ଦୁର୍ଯ୍ୟୋଧନ ଏ ବିଷୟରେ ଗାଇସିଲାଟ ଥାନାରେ ଗତା ୨୩ ତାରିଖ ଦିନ ଲିଖିତ ଭାବରେ ଜଣାଇଥିଲେ ଏବଂ ଥାନା ଅଧିକାରୀ ତାଙ୍କ ଲିଖିତ ଅଭିଯୋଗ ଅନୁସାରେ ଗାଇସିଲାଟ ଥାନା କେଶ ନମ୍ବର ୧୮୯ରେ ମାମଲାରୁଜୁ କରି ୪୧୯,୪୨୦,୪୬୮,୪୭୧,୨୯୪,୫୦୬ ଓ ୩୪ ଆଇପିସି ମାମଲା ରୁଜୁ କରିଛନ୍ତି । ଗାଇସିଲାଟ ପୋଲିସ କେବଳ ମାମଲା ରୁଜୁ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ନିଜୟ ଦାୟିତ୍ୱ ଭୁଲି ଯାଉଥିବା ଭଲି ମନେ ହେଉଛି । ଗାଇସିଲାଟ ବ୍ଳକର ପଡୋଶୀ ଜିଲ୍ଲା ବଲାଙ୍ଗୀରରେ ଜମିରେ ବୀମା ଜାଲିଆତି କରିଥିବାରୁ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ଗାଇସିଲାଟ ପୋଲିସ ବୀମା ଜାଲିଆତି କରୁଥିବା ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଦେଉଥିବା ଚର୍ଚ୍ଚା ହେଉଛି । ବୀମା ଜାଲିଆତିର ସତ୍ୟାସତ୍ୟ ଅନୁସନ୍ଧାନ କରି ଅଭିଯୁକ୍ତ ମାନଙ୍କୁ ଦଣ୍ଡିତ କରିବା ପାଇଁ ଅଭିଯୋଗ କାରୀ ଦାବି କରିଛନ୍ତି ।

Leave A Reply

Your email address will not be published.