ଭାରତ ବନ୍ଦ : କୃଷକ ସଭା ପକ୍ଷରୁ କରସିଙ୍ଗି ଛକରେ ରାସ୍ତା ଅବରୋଧ।

0

ବୁଗୁଡା :  ଭାରତ ବନ୍ଦ, ବୁଗୁଡା ବ୍ଲକରେ ଆଂଶିକ ସଫଳ ହୋଇଥିବା ଦେଖିବାକୁ ମିଳିଛି। ବୁଗୁଡା ସହରରେ ବିଭିନ୍ନ ଅଫିସ, ସ୍କୁଲ, କଲେଜ, ବ୍ୟାଙ୍କ ପ୍ରଭୃତି ବନ୍ଦ ଥିବାବେଳେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଖୋଲା ରହିଥିବା ଦେଖିବାକୁ ମିଳିଛି। ବୁଗୁଡା ବ୍ଲକର କରସିଙ୍ଗି ଛକରେ କ୍ରାନ୍ତିକାରୀ କୃଷକ ସଭା ଓ ଆଦିବାସୀ ଭାରତ ମହାସଭା ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା। ଯାହା ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। କେନ୍ଦ୍ର ସରକାର ଗ୍ରହଣ କରିଥିବ ୩ ଟି କଳା କୃଷକ ବିଲ ପ୍ରତ୍ୟାହାର କରିବା , କୃଷକ ମାନଙ୍କ ବିଭିନ୍ନ ଦାବି ଗ୍ରହଣ କରିବା ଓ ଭାରତ ବନ୍ଦକୁ ସମର୍ଥନ କରି ସ୍ଲୋଗାନ ଦେଇ ଆଦିବାସୀ ଭାରତ ମହାସଭା ଓ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ପେକେଟିଙ୍ଗ ଓ ରାସ୍ତା ଅବରୋଧ ହୋଇଥିଲା।

Leave A Reply

Your email address will not be published.